ବଲିଉଡ଼ ସିଙ୍ଗର କନିକା କାପୁରଙ୍କ କରୋନା ରିପୋର୍ଟ ନେଗେଟିଭ, ଘରକୁ ଯିବା ପାଇଁ ମିଳିନି ଅନୁମତି

 

ବଲିଉଡ଼ ଗାୟିକା କନିକା କାପୁରଙ୍କ ପାଇଁ ଏକ ଖୁସି ଖବର । ଏଯାବତ ତାଙ୍କର ସମସ୍ତ କରୋନା ରିପୋର୍ଟ ପଜିଟିଭ ଆସୁଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କ ରିପୋର୍ଟ ନେଗେଟିଭ୍ ଅସିଛି । ଅବଶ୍ୟ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନାହିଁ । ତାଙ୍କୁ ଆହୁରି କିଛି ପର୍ଯ୍ୟନ୍ତ ଲଖନଉ ସ୍ଥିତ ସଞ୍ଜୟ ଗାନ୍ଧୀ ପିବିଆଇରେ ହିଁ ରହିବାକୁ ପଡ଼ିବ । ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ କନିକାଙ୍କ ଆଉ ଏକ ରିପୋର୍ଟ ନେଗେଟିଭ ଆସିଲେ ହିଁ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିବ । ନିୟମ ଅନୁଯାୟୀ ପ୍ରତି 48 ଘଣ୍ଟା ଅନ୍ତରରେ କରୋନା ସଙ୍କ୍ରମିତଙ୍କ ସ୍ୱାବ ଟେଷ୍ଟ କରାଯାଏ ।

ବଲିଉଡ଼ ଗାୟିକା କନିକା କାପୁରଙ୍କ ପାଇଁ ଏକ ଖୁସି ଖବର । ଏଯାବତ ତାଙ୍କର ସମସ୍ତ କରୋନା ରିପୋର୍ଟ ପଜିଟିଭ ଆସୁଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କ ରିପୋର୍ଟ ନେଗେଟିଭ୍ ଅସିଛି ।

କନିକାଙ୍କ ଚତୁର୍ଥ ପଜିଟିଭ ଆସିଥିବା ବେଳେ ସେ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଆଗାମୀ ରିପୋର୍ଟ ନେଗେଟିଭ ଆସିବା ନେଇ କାମନା କରିଥିଲେ । ଏହା ସହ ସେ ଏକ ଉପଦେଶ ମୂଳକ ବାଣୀ ବି ପୋଷ୍ଟ କରିଥିଲେ । କ୍ଵରେଣ୍ଟିଂନରେ ଥିବା ସମୟରେ ସେ ନିଜ ପରିବାର ତଥା ନିଜ ପିଲା ମାନଙ୍କୁ ଖୁବ ମନେ ପକାଉଥିବା କଥା ବି କନିକା କହିଥିଲେ । ସେ ଏହା ବି କହିଥିଲେ, ମୁଁ ଆଶା କରୁଛି ସେମାନେ ଯେଉଁଠିବି ଅଛନ୍ତି ସୁରକ୍ଷିତ ରୁହନ୍ତୁ ।

କହିରଖିବା ଉଚିତ ହେବ କି, ନିଜ କରୋନା ସଂକ୍ରମିତ ହେବା ନେଇ ପ୍ରଥମେ କନିକା ନିଜେ ହିଁ ନିଜ।ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଜଣାଇ ଥିଲେ । ପରେ କିନ୍ତୁ ନିଜ ଏହି ପୋଷ୍ଟକୁ ଡିଲିଟ କରି ଦେଇଥିଲେ । ନିଜ ରିପୋର୍ଟ ପଜିଟିଭ ଆସିବା ପରେ ମଧ୍ୟ କନିକା ନିଜେ ଏକ ପାର୍ଟି ଆୟୋଜନ କରିବା ସହ କେତେକ ପାର୍ଟିରେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.