ଭାରତରେ ପ୍ରସ୍ତୁତ ହେଉଛି କରୋନା ଭାଇରସ ଟୀକା, ଆସନ୍ତା ଜୁଲାଇ ମାସ ମଧ୍ୟରେ ମାନବ ଶରୀରରେ କରାଯିବ ପରୀକ୍ଷା

ସାରା ବିଶ୍ୱରେ ଏବେ କରୋନା ଭାଇରସ ମହାମାରୀର ପ୍ରକୋପ ବ୍ୟାପିବାରେ ଲାଗିଛି। ଭାରତରେ ମଧ୍ୟ ଏହି ଭାଇରସରେ ପାଖାପାଖି ୩ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏହି ଭାଇରସକୁ ରୋକିବା ପାଇଁ ମଧ୍ୟ ବିଶ୍ୱର ଡାକ୍ତର ଏବଂ ବୈଜ୍ଞାନିକ ଭ୍ୟାକ୍ସିନ (ଟୀକା) ତିଆରି କରିବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ ଭାରତରେ କରୋନା ଭାଇରସର ଟୀକା ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଦେଶର ବାୟୋ ଟେକ୍ନୋଲୋଜି କମ୍ପାନୀ ଭାରତ ବାୟୋଟେକ ପକ୍ଷରୁ ଭିସ୍କାନ୍ସିନ ୟୁନିଭରସିଟି ଏବଂ ଔଷଧ କମ୍ପାନୀ ଫ୍ଲୁଜେନର ୱାୟରୋଲଜିଷ୍ଟ ସାହାଯ୍ୟରେ କରୋନା ଭାଇରସର ଭ୍ୟାକ୍ସିନ କୋରୋଫ୍ଲୁ (CoroFlu) ର ପରୀକ୍ଷଣ ଆରମ୍ଭ ହୋଇସାରିଛି।

vaccine

ସୂଚନା ମୁତାବକ ଆମେରିକାରେ ପଶୁଙ୍କ ଉପରେ CoroFluର ପରୀକ୍ଷଣ ଆରମ୍ଭ ହୋଇସାରିଛି। ଆନୁମାନିକ ଆସନ୍ତା ୩ମାସ ଅର୍ଥାତ ଜୁଲାଇ ମାସରେ ମାନବ ଶରୀରରେ ଏହାର ପରୀକ୍ଷଣ ଆରମ୍ଭ ହୋଇଯିବ। ଯଦି ଆମେରିକାରେ ଏହି ଟୀକାର ପରୀକ୍ଷଣ ସଫଳ ହେବ ତେବେ ଏହାର ସୁରକ୍ଷା ପାଇଁ ମଞ୍ଜୁରୀ ନେବାରେ ଅଧିକ ସମୟ ଲାଗିବ ନାହିଁ।

ରିପୋର୍ଟ ଅନୁଯାୟୀ ଏହା ଦେଶର ପ୍ରଥମ ଟୀକା, ଯାହା କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବାରେ କାମ କରିଥାଏ। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଏହି ଟୀକା ନାକରେ ଦିଆଯିବ। ସୂଚନା ମୁତାବକ ଏହି ଔଷଧ ଏତେ ପ୍ରଭାବଶାଳୀ ହେବ ଯେ ସାମାନ୍ୟ ଫ୍ଲୁ (ଥଣ୍ଡା) ହେବାରେ ମଧ୍ୟ ଏହାର ବ୍ୟବହାର କରାଯାଇପାରିବ।

dd

ଜାଣନ୍ତୁ କରୋନା ଭ୍ୟାକ୍ସିନର ଫର୍ମୁଲା

ଭାରତ ବାୟୋଟେକ ମୁତାବକ କୋରୋଫ୍ଲୁ (CoroFlu) ର ଫର୍ମୁଲା ଫ୍ଲୁଜେନ କମ୍ପାନୀର ପ୍ରଚଳିତ ଫ୍ଲୁ ଭ୍ୟାକ୍ସିନ M2SR ରେ ଆଧାରିତ। M2SR ଇଂଫ୍ଲୁଏଞ୍ଜା ଭାଇରସ (ଏକ ସୁକ୍ଷ୍ମ ସଂସ୍କରଣ), ଯାହା ଫ୍ଲୁ ବିପକ୍ଷରେ ପ୍ରତିରୋଧକ ପ୍ରତିକ୍ରିୟାକୁ ବଢ଼ାଇଥାଏ। ପ୍ରୟୋଗଶାଳାରେ M2SRରେ ସାର୍ସ-ସିଓଭି-୨(SARS-CoV-2)ର ଜିନ ସିକ୍ୱେନ୍ସି ବ୍ୟବହାର କରାଯାଇଛି, ଯାହାଦ୍ୱାରା ପ୍ରସ୍ତୁତ ହୋଇଥିବା ନୂଆ ଟୀକା କରୋନା ଭାଇରସ ବିରୋଧରେ ମଧ୍ୟ ପ୍ରତିରୋଧ ପ୍ରେରିତ କରିପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.