Below header

କଳାହାଣ୍ଡିର କରୋନା ଆକ୍ରାନ୍ତ ଆସିବେ କଟକ ଅଶ୍ୱିନୀ ହସ୍ପିଟାଲ, ଘରେ ପହଁଚିଲା ମେଡିକାଲ ଟିମ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସରକାର ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କଲେ ମଧ୍ୟ ରାଜ୍ୟରେ ଗୋଟିଏ ପରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରେ ଥିବା ଘରେ ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚିଛି । ତେବେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବାସ କରନ୍ତି । ଗତକାଲି ତାଙ୍କର କରୋନା ରିପୋର୍ଟ ପଜେଟିଭ ଆସିବା ପରେ ରାଜ୍ୟରେ ପୁଣିଥରେ ଦେଖାଦେଇଛି ଭୟର ବାତାବରଣ । ତେବେ ଉକ୍ତ କରୋନା ଆକ୍ରାନ୍ତ ୨୯ ବର୍ଷୀୟ ଯୁବକ ଜଣକ ବାହାରିନରେ ଜଣେ ଫିଟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କଘର ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରେ ବୋଲି ଜଣା ପଡିଛି । ସୂଚନା ମୁତାବକ ଯୁବକ ଜଣକ ୧୭ ଦିନ ପୂର୍ବରୁ ବାହାରିନରୁ ନିଜ ଗାଁକୁ ଫେରିଥିଲେ ମଧ୍ୟ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନଥିଲା । ତେବେ କରୋନା ଚିହ୍ନଟ ହେବା ପରେ ତାଙ୍କ ଘରେ ଜିଲ୍ଲା ମେଡିକାଲ୍ ଟିମ୍ ପହଂଚିବା ସହିତ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ମିଳିଛି । ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.