Below header

ଗରିବ ଛାତ୍ରୀଙ୍କୁ ୨.୪ ଲକ୍ଷ ଟଙ୍କାର ସ୍କଲାରସିପ୍‌ ଦେଉଛି ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌, ତୁରନ୍ତ କରନ୍ତୁ ଆବେଦନ

ବିଜ୍ଞାନ ପାଠ ପଢ଼ିବାକୁ ଇଚ୍ଛୁକ ଛାତ୍ରୀଙ୍କୁ ସୁଯୋଗ ଦେଉଛି ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ (Dr. Reddy’s Foundation)। ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆରମ୍ଭ ହୋଇଛି ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ ସଶକ୍ତ ସ୍କଲାରସିପ୍‌ ୨୦୨୨ (Dr. Reddy’s Foundation Sashakt Scholarship 2022)। ଏହି ସ୍କଲାରସିପ୍‌ କେବଳ ସେହି ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ବିଜ୍ଞାନ ପାଠ୍ୟକ୍ରମରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବେ। ଯେଉଁ ଛାତ୍ରୀ ଆର୍ଥିକ ଭାବେ ପାଠ ପଢ଼ିବାକୁ ଅସମର୍ଥ, ସେମାନଙ୍କୁ ଆଗକୁ ବଢ଼ିବାକୁ ତଥା ବିଜ୍ଞାନ ପଢ଼ିବାକୁ ସୁଯୋଗ ଦେଉଛି ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌।

ଆର୍ଥିକ ଭାବେ ଦୁର୍ବଳ ମେଧାବୀ ଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଦ୍ୱାଦଶ ପାସ୍‌ କରିଥିବା ଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ୍‌ ଉଦ୍ଦିଷ୍ଟ। ପିଓର/ ନ୍ୟାଚୁରାଲ ସାଇନ୍ସରେ ବିଏସ୍‌ସି ପଢ଼ିବାକୁ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆପ୍ଲାଏ କରିପାରିବେ। ଯେଉଁ ଛାତ୍ରୀମାନେ କଲେଜରେ ଆଡମିଶନ ପାଇଥିବେ, କେବଳ ସେମାନଙ୍କୁ ହିଁ ଏହି Dr. Reddy’s Foundation Sashakt Scholarship 2022 ମିଳିପାରିବ।

ଏହି ସ୍କଲାରସିପ୍‌ରେ ଛାତ୍ରୀଙ୍କୁ ୩ ବର୍ଷର ପାଠ ପଢ଼ା ଖର୍ଚ୍ଚ ବାବଦକୁ ୨.୪ ଲକ୍ଷ ଟଙ୍କା ମିଳିବ। ଏହି ଟଙ୍କାରେ ଛାତ୍ରୀ ନିଜ ପଢ଼ା ଖର୍ଚ୍ଚ ବହନ କରିବେ। ଏହି ସ୍କଲାରସିପ୍‌ ପାଇଁ ମେଧାବୀ ଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ ସଶକ୍ତ ସ୍କଲାରସିପ୍‌ ୨୦୨୨ (Dr. Reddy’s Foundation Sashakt Scholarship 2022) ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ୨୦୨୨। ଆସନ୍ତା ଅଗଷ୍ଟ ୩୧ କିମ୍ବା ତା’ ପୂର୍ବରୁ ଛାତ୍ରୀମାନେ ଅନ୍‌ଲାଇନ୍‌ରେ ଏଥିପାଇଁ ଆବେଦନ କରିପାରିବେ।

Scholarship

ସ୍କଲାରସିପ୍‌ ଦେଉଥିବା ସଂସ୍ଥାର ନାମ:

ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ (Dr. Reddy’s Foundation)

ସ୍କଲାରସିପ୍‌ର ନାମ:

ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ ସଶକ୍ତ ସ୍କଲାରସିପ୍‌ ୨୦୨୨ (Dr. Reddy’s Foundation Sashakt Scholarship 2022)

ଯୋଗ୍ୟତା:

  • କେବଳ ଛାତ୍ରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ
  • ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ
  • ବିଜ୍ଞାନରେ ସ୍ନାତକ କରିବାକୁ ଆଡମିଶନ୍‌ ନେଇଥିବା ଦରକାର
  • ଆର୍ଥିକ ଅବସ୍ଥା ଦୁର୍ବଳ ଥିବ(ପରିବାରର ରୋଜଗାର ୫ ଲକ୍ଷରୁ କମ୍‌ ହୋଇଥିବ)

ଜରୁରୀ ତାରିଖ:

  • ଆବେଦନ ଆରମ୍ଭ – ୧ ମେ ୨୦୨୨
  • ଆବେଦନ ଶେଷ – ୩୧ ଅଗଷ୍ଟ ୨୦୨୨

ଆବଶ୍ୟକୀୟ କାଗଜପତ୍ର:

ଦଶମ ସାର୍ଟିଫିକେଟ୍‌, ଦଶମ ମାର୍କ ସିଟ୍‌, ଦ୍ୱାଦଶ ସାର୍ଟିଫିକେଟ୍‌, ଦ୍ୱାଦଶ ମାର୍କସିଟ୍‌, ବାପାଙ୍କ ରୋଜଗାର ସାର୍ଟିଫିକେଟ୍‌, ପିଡବ୍ଲ୍ୟୁଡି ସାର୍ଟିଫିକେଟ୍‌

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://www.sashaktscholarship.org/how-to-apply-2/କୁ ଯାଇ ଚେକ୍‌ କରନ୍ତୁ।

Also Read: କାଲି ଓଡ଼ିଶା ଆସୁଛନ୍ତି କେଜିଏଫ୍‌ ଅଭିନେତ୍ରୀ ଶ୍ରୀନିଧି ସେଟ୍ଟୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.