Below header

କରୋନାରେ ଆଜିଠୁ ସାମିଲ ହେବ ଡିଆରଡିଓ ଔଷଓ 2-DG, ମଧ୍ୟମ ଓ ଗୁରୁତର ରୋଗୀ ହେବେ ଉପକୃତ

ନୂଆଦିଲ୍ଲୀ : ଆଜିଠୁ କରୋନା ଲଢ଼େଇରେ ସାମିଲ ହେବ ଡିଆରଡିଓ ଆଣ୍ଟି ଭାଇରାଲ ଓରାଲ ଡ୍ରଗ୍‌ 2-DG । ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ୧୦ ହଜାର ପ୍ୟାକେଟ୍‌ ବିତରଣ ହେବ ଡ୍ରଗ୍‌ 2-DG ବା 2-ଡିଅକ୍ସି D-ଗ୍ଲୁକୋଜ୍‌ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ବିତରଣ ହେବ । ନିକଟରେ ଏହି ଡିଆରଡିଓ ଔଷଧକୁ ଡିସିଜିଆଇ ଅନୁମତି ମିଳିଥିଲା । ଡକ୍ଟର ରେଡ୍ଡୀ ସହ ମିଶି 2-DG ଓରାଲ ଡ୍ରଗ୍‌ ବିକଶିତ କରିଛି ଡିଆରଡିଓ । ମଧ୍ୟମ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ଭଲ ପ୍ରଭାବୀ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ରୋଗୀଙ୍କୁ ତୁରନ୍ତ ଆରୋଗ୍ୟ କରିପାରୁଛି ଟୁ-ଡିଜି । ଏହି ଔଷଧ ଅକ୍ସିଜେନ ଉପରେ ରୋଗୀଙ୍କ ନିର୍ଭରତା କମାଉଛି । ଏହାର ଫେଜ୍‌ ଟୁ ଓ ଫେଜ୍‌ ଥ୍ରୀ କ୍ଲିନିକାଲ ଟ୍ରାଏଲ ସଫଳ ଭାବେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.