ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୦ହଜାର ୭୫୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ହଜାର ୭୫୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୧ହଜାର ୭୩୨ । ଖୋର୍ଦ୍ଧା ଅପେକ୍ଷା କଟକରେ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି କଟକରୁ ୮୭୦ ପଜଟିଭ୍‌ ବାହାରିଥିବାବେଳେ ଆଜି ସର୍ବାଧିକ ସର୍ବାଧିକ ୯୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ଗତକାଲି ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଲେ ଆଜି ୯୦୯ ନୂଆ କେସ୍‌ ରହିଛି।


ଗତକାଲି ଅପେକ୍ଷା ପ୍ରାୟ ୮୦୦ ଦୈନିକ ସଂକ୍ରମଣ କମିଛି। ସେହିଭଳି ସୁନ୍ଦରଗଡରେ ୬୪୧ ଥିବାବେଳେ ଆଜି ୮୩୨କୁ ବଢିଛି। ସେହିଭଳି ଅନୁଗୁଳରେ ଗତକାଲି ୭୦୦ ପଜିଟିଭ୍‌ ବାହାରିଥିବାବେଳେ ଆଜି ୬୦୬କୁ ଖସିଛି। ବଲାଙ୍ଗିରରେ ୫୦୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫୮ହଜାର ୪୩୬ ଟେଷ୍ଟିଂ ମଧ୍ୟରୁ ଆଜି ୧୦ହଜାର ୭୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ ହାର ରହିଛି ୧୮. ୪୦ ପ୍ରତିଶତ । ଗତକାଲି ପଜିଟିଭିଟ୍‌ ହାର ଥିଲା ୨୦.୬୩ ପ୍ରତିଶତ। ସଂକ୍ରମଣରେ ଟପ୍‌ ୫ରେ ରହିଛି ଖୋର୍ଦ୍ଧା, କଟକ, ଅନୁଗୁଳ, ବଲାଙ୍ଗିର ଓ ସୁନ୍ଦରଗଡ଼। ଆଜି ଆଉ ୨୨ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.