ନୋଭାକ୍ ଜୋକୋଭିକକୁ ହରାଇ ପୁଣି ଇଟାଲୀ ଓପନ ଟାଇଟଲ ହାସଲ କଲେ ରାଫେଲ

ପୁଣି ଥରେ ବାଜି ମାରିଲେ ରାଫେଲ ନାଡାଲ । ସ୍ପେନର ରାଫେଲ ନାଡାଲ ବିଶ୍ବର ନଂ୧ ଖେଳାଳି ନୋଭାକ୍ ଜୋକୋଭିକକୁ ହରାଇ ଇଟାଲୀ ଓପନ ଟାଇଟଲ ହାସଲ କରିଛନ୍ତି। ଦଶମ ଥର ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି । ତେବେ ଏଥର ବି ଫାଇନାଲରେ ନୋଭାକ୍ ଜୋକୋଭିକ୍ (୭-୫, ୧-୬, ୬-୩) ସେଟରେ ପରାସ୍ତ କରିଛନ୍ତି । ଏହା ହେଉଛି ଚତୁର୍ଥ ଟୁର୍ଣ୍ଣାମେଣ୍ଟ, ଯେଉଁଠି ନାଡାଲ ଦଶମ ଥର ପାଇଁ ଥର ଚାମ୍ପିୟନ ହୋଇଛନ୍ତି । ଏହାକୁ ମିଶାଇ ସେ ସର୍ବାଧିକ ୧୩ ଥର ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଲେଣି ।

ବାର୍ସିଲୋନା ଓପନ୍ ୧୨ ଥର ଏବଂ ମୋଣ୍ଟେକାର୍ଲୋ ଟୁର୍ଣ୍ଣାମେଣ୍ଟ ୧୧ ଥର ଜିତିଛନ୍ତି । ଶେଷ ଥର ପାଇଁ ୨୦୨୦ ଫ୍ରେଞ୍ଚ ଓପନର ଉଭୟ ଫାଇନାଲିଷ୍ଟ ବେଶ ସଂଘର୍ଷ କରିଥିଲେ । ଏହା ପରେ ନାଡାଲ ଜୋକୋଭିକଙ୍କୁ ପରାସ୍ତ କରି ୨୦ତମ ଗ୍ରାଣ୍ଡସ୍ଲାମ ଜିତିଥିଲେ। ଫ୍ରେଞ୍ଚ ଓପନ୍ ୨୪ ମେ ରୁ ୧୩ ଜୁନ୍ ମଧ୍ୟରେ ଖେଳାଯିବ । ଏହା ଉଭୟଙ୍କ ମଧ୍ୟରେ ୫୭ ତମ ମ୍ୟାଚ୍ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.