କରୋନାରେ ଚାଲିଗଲେ ଓଡ଼ିଶାର ବେଶ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ) : ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । ଓଡ଼ିଶାର ବେଶ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଅମରେନ୍ଦ୍ର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କରୋନାରେ ଦେହାନ୍ତ ହୋଇଛି । ୬୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଫେବ୍ରୁଆରୀ ୬, ୧୯୫୮ରେ ସେ ଜନ୍ମଗ୍ରହଣ କରିଥିଲେ । ସୁନା ପଞ୍ଜୁରୀ ଫିଲ୍ମର ପୁଚୁକି ଗାଲି ଗୀତର ମ୍ୟୁଜିକ ଦେଇଥିଲେ ଅମରେନ୍ଦ୍ର ମହାନ୍ତି । ଆଜି ବି ଏହା ବେଶ ପପୁଲାର ହୋଇ ରହିଛି । କଣ୍ଢେଇ ଆଖିରେ ଲୁହ, ସରପଞ୍ଚ ବାବୁ ଭଳି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.