ଆଜି ରାତିରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ତାଉ ତେ’

ଗୁଜରାଟକୁ ଘନଉଛି ତାଉ ତେ ବିପଦ । ସମୁଦ୍ର ଭିତରୁ ଶକ୍ତି ସାଉଁଟି ମାଡ଼ି ଆସୁଛି ତାଉ-ତେ । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଏବେ ଗୁଜରାଟ ମୁହାଁ ହୋଇଛି । ୧୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ମୁମ୍ବାଇ ଠାରୁ ୧୬୦ ଓ ଗୁଜରାଟ ଠାରୁ ୨୯୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ରାତିରେ ବାତ୍ୟା ଗୁଜରାଟରେ ଲ୍ୟାଣ୍ଡଫଲ କରିବ । ରାତି ୮ଟାରୁ ୧୨ଟା ମଧ୍ୟରେ ପୋରବନ୍ଦର ଓ ମହୁଭା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଆସନ୍ତାକାଲି ଭୋରରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା । ଏହି ସମୟରେ ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଅତି ବେଶିରେ ୧୮୫ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ । ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି । ଗୁଜରାଟରେ ଦେଢ଼ ଲକ୍ଷ ଲୋକଙ୍କ ସ୍ଥାନାନ୍ତର କରାଯାଇଛି ।ବାତ୍ୟା ବିପର୍ଯ୍ୟୟ ମୁକାବିଲା ଲାଗି ରାଜ୍ୟରେ NDRF ଓ SDRFର ୫୪ଟି ଟିମକୁ ମୁତୟନ କରାଯାଇଛି । ବାତ୍ୟାର ବ୍ୟାସ ୪ କିଲୋମିଟର ରହିଛି । ଡିଉରେ ଜାରି ହୋଇଛି ବାତ୍ୟା ସତର୍କତା । ଗୋଆ ଓ ମହାରାଷ୍ଟ୍ର ଦେଇ ବାତ୍ୟା ଅତିକ୍ରମ କରିବା ବେଳେ ପ୍ରବଳ ତାଣ୍ଡବ ରଚିଛି । ମହାରାଷ୍ଟ୍ରରେ ଏବେ ୭୦ରୁ ୮୦ କିଲୋମିଟର ବେଗରେ ପବନ ହେଉଥିବା ବେଳେ ବର୍ଷା ଜାରି ରହିଛି । ପ୍ରବଳ ବେଗରେ ପବନ ଓ ବର୍ଷା ହେବାରୁ ବହୁ କ୍ଷୟକ୍ଷତି ଘଟାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.