Below header

ହୃଦୟ ବିଦାରକ: କରୋନା କାଳରେ ସାମ୍ନାକୁ ଆସିଲା ଛାତି ଥରା ଦୃଶ୍ୟ, ଘାଟରେ ଶବକୁ ଝୁଣି ଖାଉଛନ୍ତି କୁକୁର

କରୋନା ଭାଇରସ ଏବେ ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଭାଇରସ ଯୋଗୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଜୀବନ ଯାଉଛି। ଏଭଳି ସ୍ଥିତିରେ କରୋନା ଯୋଗୁ ମୃତ୍ୟୁ ଘଟୁଥିବା ଲୋକଙ୍କ ଶେଷକୃତ୍ୟରେ ବହୁ ସମସ୍ୟା ଉପୁଜୁଛି। ସଂକ୍ରମିତ ହୋଇଥିବାରୁ କେଉଁଠି ପରିବାର ଲୋକେ ନିଜ ଘରର ଲୋକର ଶବକୁ ଛୁଇଁବାକୁ ରାଜି ହେଉନଥିବା ବେଳେ ଆଉ କେଉଁଠି ଶେଷକୃତ୍ୟ ନ କରି ପୋତି ଦେଉଥିବା ଦେଖାଯାଉଛି।

ତେବେ ନିକଟରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରକାଶୀ ଠାରେ। ଏଠାରେ କରୋନାରେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା। କିନ୍ତୁ ଶବଟି ଅର୍ଦ୍ଧଦଗ୍ଧ ଅବସ୍ଥାରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ସେହି ଶବକୁ ସେଠାରେ କୁକୁରମାନେ ଝୁଣି ଝୁଣି ଖାଉଥିବା ଭଳି ଛାତି ଥରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

କେଦାରନାଥରୁ ଏହି ଭିଡିଓଟି ଭାଇରାଲ ହେଉଛି, ଯାହା ଲୋକଙ୍କୁ ବ୍ୟଥିତ କରିଛି। ତେବେ କରୋନା ରୋଗୀଙ୍କ ଶବକୁ ଏଭଳି ଅବହେଳା କରିବା ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.