Below header

କରୋନା ଯୋଗୁ ଅନାଥ ହୋଇଥିବା ପିଲାଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

କରୋନା ଯୋଗୁ ଅନେକ ପରିବାର ଉଚ୍ଛନ୍ନ ହେଇଗଲାଣି। ବହୁତ ପିଲା ନିଜ ମା’-ବାପାଙ୍କୁ ମଧ୍ୟ ହରାଇଛନ୍ତି। ଏଭଳି ସ୍ଥିତିରେ କରୋନା ଯୋଗୁ ଅନାଥ ହୋଇଥିବା ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏବେ ଏହି ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ତାମିଲନାଡୁ ସରକାର।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଘୋଷଣା କରିଛନ୍ତି ଯେ ଯେଉଁ ପିଲାମାନେ କରୋନା ଯୋଗୁ ନିଜ ବାପା-ମା’ଙ୍କୁ ହରାଇଛନ୍ତି କିମ୍ବା ସେମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏଥିସହ ରାଜ୍ୟ ସରକାର ସେମାନଙ୍କ ସ୍ନାତକ ପର୍ଯ୍ୟନ୍ତ ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ। ଏଭଳି ଅସହାୟ ପିଲାଙ୍କ ସୁରକ୍ଷା ପାଇଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଏଭଳି ପିଲାଙ୍କୁ ଘର ସହ ସ୍ନାତକ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବ। କରୋନା ଯୋଗୁ ବାପା-ମା’ଙ୍କ ମୃତ୍ୟୁ ହୋଇଥିବା ପିଲାଙ୍କୁ ତୁରନ୍ତ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏଥିସହ ପରିବାରର ଅନ୍ୟ ସଦସ୍ୟଙ୍କ ସହାୟତାରେ ପାଳିତ ହେଉଥିବା ପିଲାଙ୍କୁ ମାସିକ ୩ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.