ଭାରତୀୟ ବଜାରରେ ଲଞ୍ଚ ହେଲା Realme X7 Max 5G, ଶସ୍ତା ଦାମ ସହ ରହିଛି ଜବରଦସ୍ତ ଫିଚର୍ସ

Realme ଆଜି ଭାରତରେ ନିଜର ନୂଆ ସ୍ମାର୍ଟଫୋନ X7 Max 5G ଲଞ୍ଚ କରିବାକୁ ଯାଉଛି । ଏହା ଭାରତର ପ୍ରଥମ ସ୍ମାର୍ଟଫୋନ ଯାହା MediaTek Dimensity 1200 ପ୍ରୋସେସର ସହ ବଜାରକୁୁ ପ୍ରବେଶ କରିବ । ଏଥିରେ 64 ମେଗାପିକ୍ସଲର ଟ୍ରିପଲ ରିୟର କ୍ୟାମେରା ଓ  50W ଫାଷ୍ଟ ଚାର୍ଜିଂ ଭଳି ଫିଚର୍ସ ରହିଛି । ଏହାର ବିକ୍ରୀ ଅନଲାଇନ ଜରିଆରେ ଅର୍ଥାତ Flipkartରେ ହେବ । ଏହାର ଇଭେଣ୍ଟ ଦ୍ୱିପହର ୧୨.୩୦ରୁ ଆରମ୍ଭ ହୋଇସାରିଛି ।

ଏହାସହ କମ୍ପାନୀ  realme smart tv 4k  ମଧ୍ୟ ଲଞ୍ଚ କରିବାକୁ ଯାଉଛି । ତେବେ ଭାରତରେ ଏହାର ଦାମ ୨୭,୯୯୯ ଟଙ୍କା ରହିଛି । ଏହା Realme GT Neoର ରିବ୍ରାଣ୍ଡେଡ ଭର୍ସନ । ଏଥିରେ 6.43ଇଞ୍ଚର FullHD+AMOLED ଡିସପ୍ଲେ ଅଛି । ରିଫ୍ରେଶ ରେଟ 120Hz ସହ  12GB ର‌୍ୟାମ ଓ 128GB ଷ୍ଟୋରେଜ ସୁବିଧା ରହିଛି ।ଏଥିରେ ଫିଙ୍ଗର ପ୍ରିଣ୍ଟ ସେସଂର ମଧ୍ୟ ରହିଛି ।

ଫଟୋଗ୍ରାଫି ପାଇଁ Realme X7 Max 5G ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି । ଏଥିରେ 64MP ପ୍ରାଇମେରୀ ସେଂସର, 8MPୱାଇଡ ଆଙ୍ଗଲ ଲେନ୍ସ ଏବଂ 2MP ୩ୟ ସେଂସର ମଧ୍ୟ ରହିଛି । 16MP ଫ୍ରଣ୍ଟ କ୍ୟାମେରା ସହ 50W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । 4,500mAh ବ୍ୟାଟେରି ସହ ଏହାର ଓଜନ 179 ଗ୍ରାମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.