ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରୁ ଆରମ୍ଭ ହେଲା ମାରପିଟ, ଶେଷରେ ୨୫ଫୁଟ ତଳକୁ ଖସି ପଡିଲେ ଦମ୍ପତ୍ତି

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆଜିକାଲି ସାଧାରଣତଃ ସମସ୍ତଙ୍କ ଘରେ ଦେଖିବାକୁ ମିଳୁଛି । କିନ୍ତୁ ବେଳେବେଳେ ଏହି ଝଗଡ଼ା ଏମିତି ଉଗ୍ର ରୂପ ଧାରଣ କରେ ଯାହାର ପରିଣତି ଖୁବ ଭୟଙ୍କର ହୋଇଥାଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଋଷରେ ସେଣ୍ଟ ପିଟର୍ସବର୍ଗରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇ ଉଗ୍ର ରୂପ ଧାରଣ କରିଥିଲା । ଯାହାପରେ ଏମିତି କିଛି ଘଟଣା ଘଟିଲା ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ମିରର ଖବର ମୁତାବିକ ସେଣ୍ଟ ପିଟର୍ସବର୍ଗରେ ଆପାର୍ଟମେଣ୍ଟର ୨ୟ ମହଲାରେ ଥିବା ଓଲଗା ବୋଲକୋବା ଏବଂ ତାଙ୍କ ସ୍ତ୍ରୀ ୟେବଗିନୀ କାର୍ଲଗିନଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ କଥା ମାରପିଟ ଉପରକୁ ଆସିଥିଲା । ୨ଜଣ ଝଗଡ଼ା କରି ଘର ବାଲକୋନି ପର୍ଯ୍ୟନ୍ତ ଆସିଗଲେ । ବାଲକୋନିରେ ଯେବେ ୨ ଜଣଙ୍କ ମଧ୍ୟରେ ମାରପିଟ ହେଲା ସେତେବେଳେ ୨ ଜଣ ରେଲିଙ୍ଗକୁ ଭାଙ୍ଗି ବାଲକୋନିରୁ ୨୫ ଫୁଟ ତଳକୁ ପଡିଯାଇଥିଲେ ।

ଏହାକୁ ଦେଖି ପାଖ ଲୋକ ସାହାଯ୍ୟ ପାଇଁ ଆସିଥିଲେ । ପରେ ୨ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.