ମୋଦୀ ଭାଷଣ ଦେଉଥିବାବେଳେ ଲାଇଟ୍ ଖୁଣ୍ଟି ଉପରେ ଚଢିଗଲେ ଯୁବତୀ, ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଶନିବାର ଏକ ରାଲିରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ । ସମ୍ବୋଧିତ କରିବା ସମୟରେ କିଛି ସମୟ ପାଇଁ ଅଧାରୁ ତାଙ୍କୁ ଭାଷଣ ବନ୍ଦ କରିବାକୁ ପଡିଥିଲା । ଯାହାର କାରଣ ଶୁଣିଲେ ଆପଣ ବି ମୁଣ୍ଡରେ ହାତରେ ଦେବେ ।

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଶନିବାର ଏକ ରାଲିରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ । ସମ୍ବୋଧିତ କରିବା ସମୟରେ କିଛି ସମୟ ପାଇଁ ଅଧାରୁ ତାଙ୍କୁ ଭାଷଣ ବନ୍ଦ କରିବାକୁ ପଡିଥିଲା । ଯାହାର କାରଣ ଶୁଣିଲେ ଆପଣ ବି ମୁଣ୍ଡରେ ହାତରେ ଦେବେ।

ଆୟାଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ବହୁ ଲୋକଙ୍କ ଗହଳି ଜମିଥିଲା । ସେହି ସମୟରେ ମୋଦିଙ୍କ ନଜର ପଡିଥିଲା ସେଠାରେ ଥିବା ଏକ ଲାଇଟ୍ ଖୁଣ୍ଟି ଉପରେ । ଯାହା ଉପରେ ମୋଦିଙ୍କୁ ଦେଖିବା ସହ ତାଙ୍କ ଭାଷଣ ଶୁଣିବାକୁ ଚଢିଯାଇଥିଲେ ଜଣେ ଯୁବତୀ ।

ତେଲୁଗୁ ରାଜ୍ୟଗୁଡିକର ଅନୁସୂଚିତ ଜାତିର ଅନ୍ୟତମ ପ୍ରମୁଖ ସଂଗଠନ ଏମଆରପିଏସ୍ ଦ୍ୱାରା ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦ ସହରରେ ଉପସ୍ଥିତ ଥିଲେ। ତେବେ ଯୁବତୀଙ୍କୁ ଖୁଣ୍ଟ ଉପରେ ଚଢିଥିବାର ଦେଖି ପ୍ରଧାନମନ୍ତ୍ରୀ ବାରମ୍ବାର ଯୁବତୀଙ୍କୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ବିଦ୍ୟୁତ୍ ତାରର ସ୍ଥିତି ଭଲ ନାହିଁ ସେଠାରୁ ଓହ୍ଲାଇ ଆସ।

video credit: ANI

ଏହାପରେ ଯେତେବେଳେ ଯୁବତୀ ଜଣକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିଛି ଜଣାଇବାକୁ ଚେଷ୍ଟା କରୁଥିଲେ, ମୋଦୀ ତାଙ୍କୁ ହିନ୍ଦୀରେ କହିଥିଲେ, “ବେଟା, ମୁଁ ତୁମ କଥା ଶୁଣିବି। ଦୟାକରି ତଳକୁ ଓହ୍ଲାଇ ଆସି ବସ । ସେଠାରେ ସର୍ଟ ସର୍କିଟ ହୋଇପାରେ। ଏହା ଠିକ୍ ନୁହେଁ। ମୁଁ ତୁମ ପାଇଁ ଆସିଛି, ଏଠାରେ ଅଛି । ଏପରି କାର୍ଯ୍ୟ କରିବା କିଛି ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀଙ୍କ କଥାକୁ ଅନୁବାଦ କରୁଥିବା ରାଜ୍ୟସଭା ସଦସ୍ୟ କେ ଲକ୍ଷ୍ମଣ ତାଙ୍କୁ ତେଲୁଗୁ ଭାଷାରେ କହି ଅନୁରୋଧ କରିଥିଲେ।

ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ସେ ନେଇ ଅଧିକ ତଦନ୍ତ କରାଯାଉଥିବା କଥା କହିଛନ୍ତି। ଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଏମଆରପିଏସ ପ୍ରତିଷ୍ଠାତା କୃଷ୍ଣ ମାଡିଗାଙ୍କୁ ଯେତେବେଳେ ସାନ୍ତ୍ୱନା ଦେଇଥିଲେ, ସେତେବେଳେ ସେ କାନ୍ଦିବାକୁ ଲାଗିବା ସହିତ ତାଙ୍କୁ ଆଲିଙ୍ଗନ କରିଥିଲେ।

You might also like