ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ; ୮ ଆହତ, ୨ ଗୁରୁତର

ନୟାଗଡ଼ ଖଣ୍ଡପଡା ଥାନା ଅନ୍ତର୍ଗତ କୁମ୍ଭାରପଡା ଗାଁରେ ବୋମାମାଡ ହୋଇଛି ଫଳରେ ୮ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି ।

ନୟାଗଡ଼ (କେନ୍ୟୁଜ): ସବୁଠି ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି। ଏହାରି ଭିତରେ ଘଟିଛି ଏକ ଦୁଃଖଦ ଘଟଣା। ନୟାଗଡ଼ ଖଣ୍ଡପଡା ଥାନା ଅନ୍ତର୍ଗତ କୁମ୍ଭାରପଡା ଗାଁରେ ବୋମାମାଡ ହୋଇଛି ଫଳରେ ୮ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଖଣ୍ଡପଡା ଥାନା ଅନ୍ତର୍ଗତ କୁମ୍ଭାରପଡା ଗାଁର ଦୁଇ ପରିବାର ରଂଜିତ ନାୟକ ଏବଂ ପଡୋଶୀ ଦୁଃଶାସନ ନାୟକଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା ବେଳେ ମଧ୍ୟ ସମସ୍ୟାର ସମାଧାନ ହୋଇ  ନଥିଲା । ପଡୋଶୀ ଦୁଃଶାସନ ନାୟକ ରଂଜିତ ନାୟକକୁ ଇଙ୍ଗୀତ କରି କମେଣ୍ଟ ମାରିଥିଲେ। ଏଥିରେ ରଂଜିତ ରାଗିଯାଇ ବୋମାମାଡ କରିଥିଲେ। ବୋମା ବିସ୍ଫୋରଣରେ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । ସେପଟେ ମୁଖ୍ୟ ଅଭିଯୁକ୍ତ ରଂଜିତ ନାୟକ ଫେରାର ରହିଛି।

ତେବେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏଥି ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଗାମୀ ଦିନରେ ଏଭଳି ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ଅଧିକ ମାତ୍ରାରେ ସଜାଗ ରହିବା ନେଇ ଜନସାଧାରଣରେ ମତପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.