ସୋନିପତର ଏକ ବିଲିଡିଂରେ ଭୟଙ୍କର ନିଆଁ, କପଡାକୁ ରଶି କରି ଜୀବନ ବଞ୍ଚାଇଲେ ଲୋକେ

ହରିୟାଣା ସୋନିପତିର ଆପେକ୍ସ ଗ୍ରୀନ ସୋସାଇଟରେ ଥିବା ବିଲିଡିଂର ୭ମ ମହଲାରେ ନିଆଁ ଲାଗିଯାଇଥିଲା । ୭ମ ମହଲାରେ ଥିବା ଲୋକ ନିଆଁ ଦେଖି ଚିତ୍କାର କରିଥିଲେ । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରାଯାଇ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି ।

ହରିୟାଣାର ସୋନିପତିରେ ଥିବା ଏକ ଆବାସିକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । କୁମାସପୁର ଗାଁ ପାଖରେ ଥିବା ଆପେକ୍ସ ଗ୍ରୀନ ସୋସାଇଟିର ଏକ ଟାଓ୍ଵରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରାଯାଇ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଖବର ମୁତାବକ, ଆପେକ୍ସ ଗ୍ରୀନ ସୋସାଇଟରେ ଥିବା ବିଲିଡିଂର ୭ମ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ୭ମ ମହଲାରେ ଥିବା ଲୋକ ନିଆଁ ଦେଖି ଚିତ୍କାର କରିଥିଲେ । ଏହି ମହଲାରେ ପାଖାପାଖି ୫୦ରୁ ଅଧିକ ଲୋକ ଥିଲେ । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।

କିଛି ଲୋକ କପଡାରେ ରଶି କରି ତଳକୁ ଓହ୍ଲାଇଥିଲେ । ଏହାପରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦିଲ୍ଲୀରୁ ହାଇଡ୍ରୋଲିକ ଫ୍ଲାଟଫର୍ମଯୁକ୍ତ ଦମକଳ ଗାଡି ଆସିଥିଲା । ପରେ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ତେବେ ନିଆଁ କେମିତି ଲାଗିଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.