Below header

ନୂଆବର୍ଷରେ ଥରିଲା ମେଘାଳୟ : ୩.୨ ରିକ୍ଟର ସ୍କେଲରେ ଲାଗିଲା ଝଟକା

ନୂଆଦିଲ୍ଲୀ : ନୂତନ ବର୍ଷର ପ୍ରଥମ ଦିନରେ ବିଳମ୍ବିତ ରାତିରେ ପୁଣି ଏକ ଭୂକମ୍ପ । ଏଥର ମେଘାଳୟ ରାଜ୍ୟ ଅଧୀନରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଦ୍ୱାରା ଏହା କୁହାଯାଇଛି ଯେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିଲା।

ଗତକାଲି ରାତି ପ୍ରାୟ ୧୧ଟା ୨୮ ମିନିଟ ସମୟରେ ମେଘାଳୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ମେଘାଳୟ ନଙ୍ଗପୋହର ପୂର୍ବ-ଉତ୍ତର-ପୂର୍ବର ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୬.୦୩ ଏବଂ ଦ୍ରାଘିମା ୯୨.୪୧ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ । କେହି ମୃତାହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ ।

ସେହିପରି ଗତକାଲି ମଧ୍ୟ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟରସେଲରେ ଏହାର ତିବ୍ରତା ୩.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା। ରାତି ପାଖାପାଖି ୧ଟା ୧୯ ବେଳେ ଏହି ଭୂକମ୍ପ ଝଟକା ଲାଗିଥିଲା । ହରିଆଣାର ଇଜ୍ଜର ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗତ କିଛି ମାସ ହେବ ଦିଲ୍ଲୀରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ନଭେମ୍ବର ୨୯ରେ ଦିଲ୍ଲୀର ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.