ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା, ତୀବ୍ରତା ୪.୦
ଗତକାଲି ଦିଲ୍ଲୀରେ ଭୂମିକମ୍ପ ହୋଇଥିବା ବେଳେ ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।
ଭାରତର ବିଭିନ୍ନ ସ୍ଥାନରେ କିଛିଦିନ ହେବ ଲଗାତର ଭୂମିକମ୍ପ ହେଉଛି । ଗତକାଲି ଦିଲ୍ଲୀରେ ଭୂମିକମ୍ପ ହୋଇଥିବା ବେଳେ ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
Earthquake of Magnitude:4.0, Occurred on 16-10-2023, 09:11:40 IST, Lat: 29.86 & Long: 80.61, Depth: 5 Km ,Location: 48km NE of Pithoragarh, Uttarakhand, India for more information Download the BhooKamp App https://t.co/N2CgIIptvU@KirenRijiju @Ravi_MoES @ndmaindia @Dr_Mishra1966 pic.twitter.com/z4FeNRBoqh
— National Center for Seismology (@NCS_Earthquake) October 16, 2023
ଏହାପୂର୍ବରୁ ଅକ୍ଟୋବର ୫ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ହୋଇଥିଲା। ଭାରତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ବିଳମ୍ବିତ ରାତିରେ ୩.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ରବିବାର ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନସିଆର୍ ସମେତ ଗୁରୁଗ୍ରାମ, ଗାଜିଆବାଦ, ନୋଏଡା ଓ ଫରିଦାବାଦରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ କରିଥିଲେ ଲୋକେ । ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା । ଭୂମିକମ୍ପ ପ୍ରାୟ ୪ଟା ୮ ମିନିଟରେ ହୋଇଥିଲା ।
An earthquake of magnitude 4 strikes 48km NE of Pithoragarh, Uttarakhand: National Center for Seismology
— ANI (@ANI) October 16, 2023
ଅକ୍ଟୋବର ୩ରେ ଉତ୍ତର ଭାରତ ସମେତ ଅନେକ ଦେଶ ଏବଂ ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଉ ସେତେବେଳର ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା ।