Below header

କର୍ଣ୍ଣାଟକ ପିସିସି ସଭାପତି ହେଲିକପ୍ଟର ଯାଞ୍ଚ କଲେ ECIର ଫ୍ଲାଇିଂ ସ୍କ୍ଵାଡ୍‌, କ୍ରୁ ମେମ୍ବର ଓ ଅଧିକାରୀଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତତର୍କ

ଦକ୍ଷିଣ କନ୍ନଡ ଜିଲ୍ଲାରୁ ପତ୍ନୀ ଓ ସନ୍ତାନଙ୍କ ସହ ଶିବ କୁମାର ଧର୍ମସ୍ଥଳର ମଞ୍ଜୁନାଥଙ୍କ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ବେଳେ ବଲଥାଙ୍ଗାଡ଼ି ଠାରେ ଏହି ଯାଞ୍ଚ ହୋଇଛି। ଯାଞ୍ଚ ସମୟରେ ହେଲିକପ୍ଟରରେ ଶିବ କୁମାର, ତାଙ୍କ ପତ୍ନୀ ଉଷା ଓ ତାଙ୍କ ପୁଅ ଝିଅ ଥିଲେ।ଏ ସମୟରେ ହେଲିକପ୍ଟର କ୍ରୁ ମେମ୍ବର ଓ ନିର୍ବାଚନ କମିଶନ ଅଧିକାରୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିବା କୁହାଯାଉଛି।

କେନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡି କେ ଶିବକୁମାରଙ୍କ ହେଲିକପ୍ଟରକୁ ଯାଞ୍ଚ କଲେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ଵାଡ୍‌। ଦକ୍ଷିଣ କନ୍ନଡ ଜିଲ୍ଲାରୁ ପତ୍ନୀ ଓ ସନ୍ତାନଙ୍କ ସହ ଶିବ କୁମାର ଧର୍ମସ୍ଥଳର ମଞ୍ଜୁନାଥଙ୍କ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ବେଳେ ବଲଥାଙ୍ଗାଡ଼ି ଠାରେ ଏହି ଯାଞ୍ଚ ହୋଇଛି। ଯାଞ୍ଚ ସମୟରେ ହେଲିକପ୍ଟରରେ ଶିବ କୁମାର, ତାଙ୍କ ପତ୍ନୀ ଉଷା ଓ ତାଙ୍କ ପୁଅ ଝିଅ ଥିଲେ।

ଏ ସମୟରେ ହେଲିକପ୍ଟର କ୍ରୁ ମେମ୍ବର ଓ ନିର୍ବାଚନ କମିଶନ ଅଧିକାରୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିବା କୁହାଯାଉଛି। ଏହା ନିୟମିତ ଯାଞ୍ଚ ବୋଲି ନିର୍ବାଚନ ଅଧିକାରୀ କହିଥିବା ବେଳେ ପ୍ରାଇଭେଟ ହେଲିକପ୍‌ଟରରେ କୌଣସି ପ୍ରକାର ଯାଞ୍ଚକୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ ବୋଲି ପାଇଲଟ କହିଥିଲେ।

ତେବେ ନିର୍ବାଚନ ଅଧିକାରୀ ମାନେ ହେଲିକପ୍‌ଟର ଯାଞ୍ଚ କରିଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଡିକେ ଶିବକୁମାର କହିଛନ୍ତି ଭଗବାନ ମଞ୍ଜୁନାଥଙ୍କ ଉପରେ ତାଙ୍କର ଭରସା ରହିଛି। ସେ ପରିବାର ସହ ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ଯାଞ୍ଚ ହୋଇଥିବା କହିଛନ୍ତି। ନିର୍ବାଚନ ଅଧିକାରୀମାନେ ହେଲିକପ୍‌ଟରକୁ ତନ୍ନତନ୍ନ ଯାଞ୍ଚ କରିବା ସହ ଫାଷ୍ଟ ଏଡ୍‌ କିଟ୍‌ ଓ ଚପ୍ପରରେ ଥିବା ଅନ୍ୟ ବ୍ୟାଗକୁ ମଧ୍ୟ ଯାଞ୍ଚ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.