Below header

ସେପ୍ଟେମ୍ବରରେ ଭାରତ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବଢ଼ିବ କୂଟନୈତିକ ସମ୍ପର୍କ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଆସିବେ । ତାଙ୍କର ଏହି ଗସ୍ତ ଭାରତ –ଆମେରିକା ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଅବସର ରେ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ଥିବା ଅଧିକାରୀ ଡୋନାଲ୍ଡ୍ ଲୁ’ କହିଛନ୍ତି ଯେଜି-୨୦ ରେ ନେତୃତ୍ୱ ନେବା ପରେ ଭାରତର ସାମର୍ଥ୍ୟ ଆହୁରି ସମ୍ପ୍ରସାରିତ ହୋଇଛି ।

ଓ୍ଵାଶିଂଟନ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଆସିବେ । ତାଙ୍କର ଏହି ଗସ୍ତ ଭାରତ –ଆମେରିକା ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଅବସର ରେ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ଥିବା ଅଧିକାରୀ ଡୋନାଲ୍ଡ୍ ଲୁ’ କହିଛନ୍ତି ଯେଜି-୨୦ ରେ ନେତୃତ୍ୱ ନେବା ପରେ ଭାରତର ସାମର୍ଥ୍ୟ ଆହୁରି ସମ୍ପ୍ରସାରିତ ହୋଇଛି ।

ୱାସିଂଟନ୍: ଆଗାମୀ ସେପ୍ଟେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କ ପ୍ରଶାସନର ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ଥିବା ଅଧିକାରୀ ଡୋନାଲ୍ଡ୍ ଲୁ’ କହିଛନ୍ତି ଯେ, ୨୦୨୩ ଭାରତ-ଆମେରିକା ସମ୍ପର୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବ। ସେ କହିଛନ୍ତି, ବିଶ୍ବର ମଙ୍ଗଳକାରୀ ଶକ୍ତି ଭାବେ ଉଭା ହେବାକୁ ‘ଜି-୨୦’ର ନେତୃତ୍ବ ଭାରତର ସାମର୍ଥ୍ୟକୁ ଆହୁରି ସମ୍ପ୍ରସାରିତ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ଆମ ରାଷ୍ଟ୍ରପତି ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଯିବେ। ‘ଜି-୨୦’ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ। ଆଗାମୀରେ ଆହୁରି ଅନେକ କାମ ହେବାକୁ ବାକି ରହିଛି ବୋଲି ଲୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.