Below header

ଆପ୍‌ ନେତା ଦୁର୍ଗେଶ ପାଠକଙ୍କୁ ଇଡିର ସମନ, କେଜ୍ରିଓ୍ଵାଲଙ୍କ ପିଏଙ୍କୁ ମଧ୍ୟ ପଚରାଉଚରା

ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ଇଡି । ଆପ୍ ନେତା ଦୁର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି । ଏହାପରେ ଦୁର୍ଗେଶ ଇଡି ଅଫିସକୁ ପଚରାଉଚରା ପାଇଁ ପହଞ୍ଚିଛନ୍ତି । ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କୁ ଅବକାରୀ ନୀତି ସହିତ ଜଡିତ ମାମଲାରେ ପଚରାଉଚରା କରିଛି ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁସ୍କିଲରେ ପଡିଛନ୍ତି ଆପର ଆଉ ଜଣେ ନେତା ଆପର ଅନେକ ବରିଷ୍ଠ ନେତା ଏବେ ଜେଲରେ ଥିବା ବେଳେ ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ଇଡି । ଆପ୍ ନେତା ଦୁର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି । ଏହାପରେ ଦୁର୍ଗେଶ ଇଡି ଅଫିସକୁ ପଚରାଉଚରା ପାଇଁ ପହଞ୍ଚିଛନ୍ତି । ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କୁ ଅବକାରୀ ନୀତି ସହିତ ଜଡିତ ମାମଲାରେ ପଚରାଉଚରା କରିଛି ।

ଇଡି ଅଧିକାରୀଙ୍କ କହିବାନୁଯାୟୀ, ବିଭବଙ୍କ ବୟାନ PMLAର ଅଧିନରେ ଦାୟର କରାଯାଇଛି । ଆପ୍‌ ବିଧାୟକ ଦୁର୍ଗେଶ ପାଠକଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା ପାଇଁ ଡକାଯାଇଛି । ଇଡି ସମନ ପରେ ଦୁର୍ଗେଶ ପାଠକ କହିଛନ୍ତି, ଏହା ଇଡିର ଆକ୍ସନ ନୁହେଁ ବରଂ ବିଜେପିର ଆକ୍ସନ । ଇଡି ବିଜେପିର ଆନୁସଙ୍ଗିକ ସଂଗଠନ । ଆମେ ଆଉ କିଛି ଦିନ ପୂର୍ବରୁ ଏହା ବିଷୟରେ କହିଥିଲୁ । ଏମାନେ ଭାବୁଛନ୍ତି କି, କେଜ୍ରିଓ୍ଵାଲଙ୍କୁ ଗିରଫ କରିଦିଏ, ପାର୍ଟି ଆପେ ଆପେ ଭାଙ୍ଗିଯିବ । କିନ୍ତୁ ପାର୍ଟି ଚାଲୁଛି । ଏହାର ଜବାବ ସେଦିନ ମିଳିବ, ଯେଉଁଦିନ ଜନତା ଭୋଟ ଦେବେ ।

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆପ୍‌ର ଅନେକ ନେତା ଜେଲରେ ରହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜେଲରେ ରହିଛନ୍ତି । କିଛିଦିନ ତଳେ ଏହି ମାମଲାରେ ବନ୍ଦୀ ଥିବା ସଞ୍ଜୟ ସିଂ ଜେଲରୁ ମୁକୁଳିଛନ୍ତି । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂ । ସଞ୍ଜୟ ସିଂଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଅତିଶି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ଆପର ଆଉ ୪ ଜଣ ନେତା ଗିରଫ ହେବେ । ସେମାନଙ୍କ ମଧ୍ୟରେ ସେ ନିଜ ସହିତ ମନ୍ତ୍ରୀ ସୌରଭ ଭରଦ୍ୱାଜ, ବିଧାୟକ ଦୁର୍ଗେଶ ପାଠକ ଓ ସାଂସଦ ରାଘବ ଚଡ୍ଡାଙ୍କୁ ଗିରଫ କରାଯିବ ବୋଲି କହିଥିଲେ । ଅତିଶିଙ୍କୁ ବିଜେପିରେ ସାମିଲ ନ ହେଲେ ଗିରଫ କରାଯିବ ବୋଲି ଧମକ ମିଳିଛି । କିନ୍ତୁ ଆପ୍ ଏଭଳି ଧମକରେ ଭୟ କରିବ ନାହିଁ ବୋଲି ମନ୍ତ୍ରୀ ଅତିଶି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.