ପ୍ରତ୍ୟେକ ଦିନ ୩୦ କିଲୋମିଟର ଯାତ୍ରା କରୁଛି ଏହି କୁକୁର, ଅଦ୍ଭୁତ କାରନାମା ପାଇଁ ଜିତୁଛି ଲୋକଙ୍କ ହୃଦୟ
ବିନା ମାଲିକରେ ଘରୋଇ କୁକୁରମାନେ କୌଣସି ସ୍ଥାନକୁ ବାହାରନ୍ତି ନାହିଁ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ କୁକୁର ଅଛି, ଯେ ପ୍ରତ୍ୟେକ ଦିନ ବସ୍, ମେଟ୍ରୋ ଏବଂ ଡଙ୍ଗାରେ ପାଖାପାଖି ୩୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଛି ।

ଆପଣ ନିଶ୍ଚିତ ଭାବରେ କୁକୁର ଓ ବିଲେଇମାନଙ୍କୁ ସେମାନଙ୍କ ମାଲିକମାନଙ୍କ ସହିତ କାରରେ ବୁଲୁଥିବାର ଦେଖିଥିବେ । କିନ୍ତୁ ଆପଣମାନେ କେବେ କୁକୁରକୁ ବିନା ମାଲିକରେ ବସ୍ କି ଟ୍ରେନରେ ଯାତ୍ରା କରୁଥିବାର ଦେଖିଛନ୍ତି କି? ଆପଣ ଭାବୁଥିବେ ଏହା ଅସମ୍ଭବ । ବିନା ମାଲିକରେ ଘରୋଇ କୁକୁରମାନେ କୌଣସି ସ୍ଥାନକୁ ବାହାରନ୍ତି ନାହିଁ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ କୁକୁର ଅଛି, ଯେ ପ୍ରତ୍ୟେକ ଦିନ ବସ୍, ମେଟ୍ରୋ ଏବଂ ଡଙ୍ଗାରେ ପାଖାପାଖି ୩୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଛି । ଗତ କିଛି ଦିନ ହେବ ତୁର୍କୀର ଇସ୍ତାନବୁଲରେ ଏହି ପୋଷା କୁକୁରର ଅଦ୍ଭୁତ କାରନାମା ପାଇଁ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା କେବଳ ବସ୍, ମେଟ୍ରୋ ଏବଂ ଟ୍ରେନରେ ଯାତ୍ରା କରୁଛି ତାହା ନୁହେଁ ସାଧାରଣ ଲୋକଙ୍କ ପରି ସିଡ଼ି ଏବଂ ଲିଫ୍ଟ ମଧ୍ୟ ବ୍ୟବହାର କରୁଥିବା ଦେଖାଯାଇଛି । ବିନା ମାଲିକରେ ସେ ଏମିତି ଏତେ ଦୂର କାହିଁକି ଯାତ୍ରା କରୁଛି ଆସନ୍ତୁ ଜାଣିବା ।
ବୋଜି ନାମକ ଏହି କୁକୁର ପ୍ରତ୍ୟେକ ଦିନ ୩୦ କିଲୋମିଟର ଯାତ୍ରା କରୁଛି ସେ ପୁଣି ଏକା । ଇସ୍ତାନାବୁଲ ପେଟସ୍ ମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ । ତୁର୍କୀର ରାଜଧାନୀ ଇସ୍ତାନାବୁଲରେ ରହୁଥିବା ଏହି ପେଟ୍ ଡଗ୍ ‘ବୋଜି’ ନିଜ ଅଦ୍ଭୁତ କାମ ପାଇଁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସାଧାରଣ ଲୋକ ଭଳି ବୋଜି ପ୍ରତ୍ୟେକ ଦିନ ଯାତ୍ରା କରିବାକୁ ଭଲ ପାଏ । ବୋଜି ପ୍ରତ୍ୟେକ ଦିନ ନୌକା, ଟ୍ରେନ୍, ବସ୍ ଏବଂ ସବେଓ୍ଵରେ ଯାତ୍ରା କରେ ।
ବୋଜିର ଏଭଳି ପ୍ରତ୍ୟେକ ଦିନର ଯାତ୍ରା ଦେଖିବା ପରେ ମ୍ୟୁନିସିପାଲଟିର ଅଧିକାରୀମାନେ ତା ଉପରେ ନଜର ରଖିଥିଲେ । ବୋଜି ଗୋଟିଏ ରୁଟରେ ପ୍ରତ୍ୟେକ ଦିନ ଯାତ୍ରା କରୁଥିବା ସେମାନେ ନୋଟିସ୍ କଲେ । ତେବେ ବୋଜିକୁ ଟ୍ରାକ କରିବା ପରେ ଜଣା ପଡ଼ିଥିଲା ଯେ ବୋଜି ପ୍ରତ୍ୟେକ ଦିନ ପାଖାପାଖି ୩୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଛି ।
ବୋଜି ଯାତ୍ରା କରିବା ସମୟରେ କାହାକୁ ବି କ୍ଷତି ପହଞ୍ଚାଇ ନଥାଏ । ସିଟ୍ ଖାଲି ଥିଲେ ସିଟରେ ବସେ ଯଦି ସିଟ୍ ନମିଳେ ତେବେ ତଳେ ହିଁ ଶୋଇ ଶୋଇ ଯାତ୍ରା କରେ ବୋଜି । ମେଟ୍ରୋ ଷ୍ଟେସନରେ ମଧ୍ୟ ବୋଜି ଟ୍ରେନକୁ ଅପେକ୍ଷା କରି ରହିଥାଏ । ବୋଜିର ବ୍ୟବହାର ଏତେ ଭଲ ଯେ ସେ ସମସ୍ତ ଯାତ୍ରୀଙ୍କର ପ୍ରିୟ ହୋଇପାରିଛି । ଲୋକମାନେ ବୋଜିକୁ ବହୁତ ପସନ୍ଦ କରନ୍ତି ତା ସହ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ତେବେ ବୋଜିର ଏସବୁ କାମ ପାଇଁ ସେ ଏବେ ଲୋକଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବୋଜିର ନାମ ଟ୍ରେନର ବଗି ରୁ ନିଆଯାଇଛି । ଇସ୍ତାନାବୁଲର ମ୍ୟୁନିସପଲିଟାନ ଟିମ୍ ବୋଜିର ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱ ଦେଇଛି । ସମୟ ସମୟରେ ବୋଜିକୁ ଭ୍ୟାକ୍ସିନେଟ କରାଯାଇଥାଏ । ବୋଜିର ଯାତ୍ରା ସମୟରେ ତାର ଖାଦ୍ୟ ପାନୀୟର ସମସ୍ତ ଧ୍ୟାନ ରଖାଯାଉଛି ।
୨୦୨୨ ମସିହାରେ ଆଉମେର କୋଖ ନାମକ ଜଣେ ବ୍ୟବସାୟୀ ବୋଜିକୁ ଆଡପ୍ଟ କରିଥିଲେ । ମାର୍ଚ୍ଚ ୨୦୨୪ରେ ବୋଜିକୁ ଲଣ୍ଡନରେ ଦେଖାଯାଇଥିଲା । ରିପୋର୍ଟ ଅନୁସାରେ ବୋଜିର ମାଲିକ ତାକୁ ଏହି ରୁଟ୍ ଦେଇ ସବୁବେଳେ ବୁଲାଇବାକୁ ନେଉଥିଲେ । କିନ୍ତୁ ବୋଜି ନିଜ ମାଲିକକୁ ହରାଇବା ପରେ ସବୁଦିନ ଏକା ଏହି ରୁଟରେ ଯାତ୍ରା କରୁଛି । ନିଜ ମାଲିକକୁ ମନେ ପକାଇ ସ୍ମୃତିକୁ ତାଜା କରିବା ପାଇଁ ସେ ଏକା ଏକା ପ୍ରତ୍ୟେକ ଦିନ ୩୦ କିଲୋମିଟର ଯାଏଁ ଯାତ୍ରା କରୁଛି । ତେବେ ଯାତ୍ରା କରିବା ସମୟରେ ବୋଜି ସମସ୍ତ ଟ୍ରାଫିକ ନିୟମକୁ ମାନିଥାଏ ।