Below header

ଇପିଏଫ୍‌ ବୋର୍ଡ ବୈଠକରେ ନିଷ୍ପତି : ୨୦୧୯-୨୦ ବର୍ଷ ପାଇଁ ଇପିଏଫ୍‌ ୮.୫ ପ୍ରତିଶତ ବଦଳରେ ୮.୧୫ ପ୍ରତିଶତ ଜମା କରାଯିବ

ନୂଆଦିଲ୍ଲୀ : କରୋନା ଦେଶର ଅର୍ଥ ନୀତି ଉପରେ ବଡ଼ ପ୍ରଭାବ ପକାଇଛି । କେବଳ ବ୍ୟାଙ୍କ୍‌ ସେକ୍ଟର ନୁହେଁ ସବୁ ସେକ୍ଟରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । କର୍ମଚାରୀଙ୍କ ଭବିଷ୍ୟ ନିଧି କୋଷର ପ୍ରବନ୍ଧନ କରୁଥିବା କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୧୯-୨୦ ବର୍ଷ ପାଇଁ ୮.୫୦ ପ୍ରତିଶତ ବ୍ୟାଜ୍‌ ରେଟ୍‌ରେ ହ୍ରାସ କରିଛି ।

ଫଳରେ ପ୍ରାୟ ପାଖାପାଖି ୬ କୋଟି କର୍ମଚାରୀ ସେମାନଙ୍କ ଇପିଏଫ୍‌ ବ୍ୟାଜ୍‌ରେ ୮.୫୦ ପ୍ରତିଶତ ସ୍ଥାନରେ ୮.୧୫ ପ୍ରତିଶତ ପାଇବେ । ବାକି ୦.୧୫ ପ୍ରତିଶତ ବ୍ୟାଜ୍‌ ବର୍ଷ ଶେଷରେ କର୍ମଚାରୀଙ୍କ ଖାତାରେ ଜମା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ପୂର୍ବରୁ ଇପିଏଫ୍‌ଓ ଏକ୍ସଚେଞ୍ଜ୍‌ ଟ୍ରେଡେଡ୍‌ ଫଣ୍ଡ୍‌ରେ କରାଯାଇଥିବା ନିଜର କିଛି ନିବେଶକୁ ବଜାରରେ ବିକ୍ରି ପାଇଁ ନିଷ୍ଵତି ନେଇଥିଲା ।

ଇପିଏଫ୍‌ ଅଂଶଧାରକଙ୍କ ଖାତାରେ ୮.୫ ପ୍ରତିଶତ ବ୍ୟାଜ୍‌ ଜମା କରିବା ପାଇଁ ଏହି ନିଷ୍ପତି ନେଇଥିଲା । ହେଲେ କରୋନା କାରଣରୁ ବଜାରର ସ୍ଥିତି ଭଲ ନଥିବାରୁ ୮.୫ ପ୍ରତିଶତ ଜମା ସମ୍ଭବ ହୋଇ ପାରିନଥିଲା । ଡିସେମ୍ବର ୨୦୨୦ରେ ଇପିଏଫ୍‌ଓ ର ପୁନର୍ବାର ବୈଠକ ବସିବ । ଏଥିରେ ବାକିଥିବା ୦.୧୫ ପ୍ରତିଶତ ବ୍ୟାଜ୍‌ ଜମା ହେବା ନେଇ ନିଷ୍ପତି ନିଆଯିବ ବୋଲି ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.