UGC NET ସ୍ଥଗିତ ଥିବା ପର୍ଯ୍ୟାୟ ୧ ଏବଂ ପର୍ଯ୍ୟାୟ ୩ ପରୀକ୍ଷା ପାଇଁ ତାରିଖ ଘୋଷିତ, ଜାଣନ୍ତୁ କେବେ

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ (NTA) ଦ୍ୱାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଅଧିନରେ ହେବାକୁ ଥିବା NET ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ପର୍ଯ୍ୟାୟ ୧ ପରୀକ୍ଷା ୪ ଓ ୫ ଜାନୁଆରୀ ୨୦୨୨ରେ ଆୟୋଜିତ ହେବ। ଏଥିପାଇଁ ପ୍ରାର୍ଥୀ ଅଧିକାରକ ୱେବସାଇଟ୍ ugcnet.nta.nic.in କୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ।
ପୂର୍ବରୁ ବାତ୍ୟା ଜଓ୍ଵାଦ ପାଇଁ କିଛି ସ୍ଥାନରେ UGC NET ପର୍ଯ୍ୟାୟ ୧ ପରୀକ୍ଷାକୁ ରିସିଡ୍ୟୁଲ କରାଯାଇଥିଲା। ପର୍ଯ୍ୟାୟ ୧ର ନୂଆ ପରୀକ୍ଷା ତାରିଖ ବ୍ରହ୍ମପୁର, ଗଞ୍ଜାମ, ଭୁବନେଶ୍ୱର, କଟକ, ଗୁଣୁପୁର, ପୁରୀ ଏବଂ ବିଶାଖାପଟନମ୍ ସ୍ଥାନ ପାଇଁ ରହିଛି। ସେହି ପର୍ଯ୍ୟାୟ ୩ ରେ ନିର୍ଦ୍ଧାରିତ ବିଷୟରେ ପରୀକ୍ଷା ପାଇଁ ଆୟୋଜିତ କରାଯିବ।
ପର୍ଯ୍ୟାୟ ୩ ପରୀକ୍ଷା ତାରିଖ ଏବଂ ବିଷୟ:
୪ ଜାନୁଆରୀ ୨୦୨୨: ସୋସିଓଲୋଜି
୫ ଜାନୁଆରୀ ୨୦୨୨: ଜିଓଗ୍ରାଫି (ଗ୍ରୁପ୧)
୫ ଜାନୁଆରୀ ୨୦୨୨: ଜିଓଗ୍ରାଫି ( ଗ୍ରୁପ୍ ୨)
NTA ର ଅଫିସିଆଲ ସାଇଟ୍ରେ ନୋଟିଫିକେସନ ବିଷୟରେ ଉଲ୍ଲେଖ କରାଯାଇଥିଲା। ଏହି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଖୁବଶୀଘ୍ର ଅଧିକାରକ ୱେବସାଇଟ୍ରେ ମିଳିବ।