ଶୀତରେ ନିଅନ୍ତୁ ପାଳଙ୍ଗ ସାଗର ମଜା, ଏମିତି ବନାନ୍ତୁ ଟେଷ୍ଟି ରେସିପି

ଥଣ୍ଡା ବା ଶୀତ ଦିନରେ ଖାଦ୍ୟପେୟର ଅଲଗା ହିଁ ଏକ ମଜା ରହିଥାଏ। ଯେଉଁଠି ଗୋଟିଏ ପରେ ଗୋଟିଏ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବାକୁ ମିଳିଥାଏ। ଏବେ ଶୀତ ଦିନରେ ପାଳଙ୍ଗ ସାଗର ବହୁତ ଡିମାଣ୍ଡ ରହିଛି। ଆଜି ଆମେ ଆପଣଙ୍କ ପାଇଁ ପାଳଙ୍ଗ ସାଗ ରେସିପି ନେଇ ଆସିଛୁ। ଯାହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ।
ଆବଶ୍ୟକ ସାମଗ୍ରୀ
- ୫୦୦ ଗ୍ରାମ ପାଳଙ୍ଗ ପତ୍ର
- ୩ ଚାମଚ ଦେଶୀ ଘିଅ
- ୨ଟି ରସୁଣ କୋଲା
- ୧ ଇଞ୍ଚ କଟା ଅଦା
- ଗୋଟେ କଟା ପିଆଜ
- ଗୋଟେ କଟା ଟମାଟୋ
- ୧.୫ ଚାମଚ୍ ଅଦା ରସୁଣ ପେଷ୍ଟ
- ୪ଟି ଛୋଟ କଟା ହୋଇଥିବା କଞ୍ଚା ଲଙ୍କା
- ଅଧା ଛୋଟ ଚାମଚ ଜିରା
- ଅଦା ଛୋଟ ଚାମଚ ହଳଦି
- ଅଧା ଛୋଟ ଚାମଚ ଧନିଆ ପାଉଡର
- ଅଧା ଛୋଟ ଚାମଚ ମରମ ମସଲା
- ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର
- ସ୍ୱାଦ ଅନୁସାରେ ଲୁଣ
- ଚିମୁଟାଏ ହେଙ୍ଗୁ
ପ୍ରସ୍ତୁତି ପ୍ରଣାଳୀ
ପାଳଙ୍ଗ ସାଗ ବନାଇବା ପାଇଁ ସର୍ବପ୍ରଥମେ ପାଳଙ୍ଗକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ ସିଝାଇ ପେଶି ଦିଅନ୍ତୁ। ଏବେ ଏକ ପ୍ୟାନରେ ଦେଶି ଘିଅ ଗରମ କରି ସେଥିରେ ହେଙ୍ଗୁ ଏବଂ ଜିରା ପକାଇ ଦିଅନ୍ତୁ। ଏବେ ଏଥିରେ କଟା ରସୁଣ ପକାଇ ଭାଜି ଦିଅନ୍ତୁ। ଏହାପରେ ଏଥିରେ ଅଦା-ରସୁଣ ପେଷ୍ଟ ଏବଂ ଛୋଟ କଟା ହୋଇଥିବା ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ। ଏହାପରେ ଏଥିରେ ଟମାଟୋ ଏବଂ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା ପକାଇ ଦିଅନ୍ତୁ। ଏବେ ଏଥିରେ ବାକି ରହିଯାଇଥିବା ମସଲା ପକାଇ ଦିଅନ୍ତୁ। ଏହାପରେ ଲଗାତର ଚଲାନ୍ତୁ। ପାଳଙ୍ଗ ସାଗକୁ ଭଲଭାବେ ସିଝିବାକୁ ଦିଅନ୍ତୁ। ଆପଣ ଚାହିଁଲେ ଏହା ଉପରେ ବଟର କିମ୍ବା ଫ୍ରେସ କ୍ରୀମ ବି ପକାଇ ପାରିବେ। ଆପଣ ଏହା ଉପରେ କଦ୍ଦୁକସ୍ କରାଯାଇଥିବା ପନୀରକୁ ମଧ୍ୟ ଗାର୍ନିସ କରିପାରିବେ। ଏହାକୁ ଆପଣ ରୁଟି କିମ୍ବା ପରଟା ସହିତ ସର୍ଭ କରିପାରିବେ।