Below header

ଦେଶରେ ପୁଣି ଫେରିବ କି ମୋଦି ସରକାର : ବିଭିନ୍ନ ଏକଜିଟ୍ ପୋଲ୍ କହୁଛନ୍ତି, ସହଜରେ ସରକାର ଗଢିପାରେ ଏନଡିଏ

ପୁଣି ଫେରିବ କି ମୋଦି ସରକାର ? ଦେଶରେ ସପ୍ତମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ ପରେ ବିିଭିନ୍ନ ସଂସ୍ଥା ପକ୍ଷରୁ ଏଗଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଅଧିକାଂଶ ସଂସ୍ଥାର ଏଗଜିଟ ପୋଲରେ ଏନଡିଏକୁ ବହୁମତ ମିଳିବ ବୋଲି କୁହାଯାଇଛି । TIMES NOW VMRର ଏଗଜିଟ ପୋଲ କହୁଛି ଏନଡିଏକୁ ମିଳିବ ୩୦୬ ଲୋକସଭା ଆସନ । ୟୁପିଏ ପାଇବ ୧୩୨ ଆସନ । ସେହିପରି ଅନ୍ୟାନ୍ୟ ୧୦୪ ଆସନରେ ବାଜି ମାରିବେ ।

C-VOTER-REPUBLICର ବୁଥ୍ ଫେରନ୍ତା ସର୍ଭେ କହୁଛି ଏନଡିଏ ୨୮୭ ଆସନ ପାଇବ, ୟୁପିଏ ୧୨୮ ଏବଂ ଅନ୍ୟାନ୍ୟ ୧୨୭ଟି ଆସନରେ ବିଜୟୀ ହେବେ ।ନ୍ୟୁଜ ନେସନର ଏଗଜିଟ ପୋଲ ଅନୁସାରେ ଏନଡିଏ ୨୯୦ ଲୋକସଭା ଆସନ, ୟୁପିଏ ୧୨୬ ଓ ଅନ୍ୟାନ୍ୟ ୧୩୮ ଆସନରେ ଜିତିବେ ।ରିପବ୍ଲିକ ଟିଭିର ଏଗଜିଟ ପୋଲ କହୁଛି ଏନଡିଏ ୩୦୫, ୟୁପିଏ ୧୨୮ ଓ ଅନ୍ୟାନ୍ୟ ୧୨୭ ଆସନରେ ବାଜି ମାରିବେ ।ଏବିପି ନ୍ୟୁଜ କହୁଛି ଏନଡିଏ ୨୬୭, ୟୁପିଏ ୧୨୭ ଓ ଅନ୍ୟାନ୍ୟ ଦଳ ୧୪୮ ଆସନରେ ଜିତିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.