ଓଡ଼ିଶାରେ ଆଜି ନ୍ୟାସନାଲ ଏଣ୍ଟ୍ରାନ୍ସ କମ୍ ଏଲିଜିବିଲିଟି ଟେଷ୍ଟ(NEET), ଫନି ପାଇଁ ହୋଇଥିଲା ବାତିଲ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶାରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ନ୍ୟାସନାଲ ଏଣ୍ଟ୍ରାନ୍ସ କମ୍ ଏଲିଜିବିଲିଟି ଟେଷ୍ଟ-ନିଟ୍ । ବାତ୍ୟା ଫନି ଯୋଗୁ ଏହି ପରୀକ୍ଷା ଓଡ଼ିଶାରେ ବାତିଲ ହୋଇଥିଲା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା କରାଯାଉଛି । ଆଜି ହେବାକୁ ଥିବା ପରୀକ୍ଷାରେ ଓଡିଶାର ଛାତ୍ରଛାତ୍ରୀଙ୍କ ସମେତ ପ୍ରଶ୍ନପତ୍ର କମ ଥିବା ଯୋଗୁଁ ପରୀକ୍ଷା ଦେଇପାରିନଥିବା ସିଲିଗୁଡିର ୧୫୫ ଜଣ ଛାତ୍ରଛାତ୍ରୀ ଓ ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁଁ କର୍ଣ୍ଣାଟକରେ ପରୀକ୍ଷା ଦେଇପାରିନଥିବା ୩୬୫ ଜଣ ଛାତ୍ରଛାତ୍ରୀ ନିଟ୍ ଦେବେ । ଗତ ୫ ତାରିଖରେ ଏହି ପରୀକ୍ଷା ସାରା ଦେଶରେ ହୋଇଥିବା ବେଳେ ବାତ୍ୟା ଫନି ଯୋଗୁଁ ଏହାକୁ ଓଡିଶାରେ ବାତିଲ କରିଦିଆଯାଇଥିଲା । ଓଡିଶାରେ ବ୍ରହ୍ମପୁର, ଭୁବନେଶ୍ୱର ଓ ରାଉରକେଲାରେ ପରୀକ୍ଷା ପାଇଁ ସେଣ୍ଟର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.