ବିବାହରେ ଉପହାର ମିଳିଥିଲା ମ୍ୟୁଜିକ୍‌ ସିଷ୍ଟମ୍‌, ଚଲାଇବା କ୍ଷଣି ଘରେ ବିସ୍ଫୋରଣ; ବର ଓ ଭାଇର ମୃତ୍ୟୁ

ଛତିଶଗଡ଼ର କବୀରଧାମ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ବିବାହରେ ଉପହାର ମିଳିଥିବା ଏକ ମ୍ୟୁଜିକ୍‌ ସିଷ୍ଟମ୍‌ରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ବର ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ଘଟିଛି।

ଛତିଶଗଡ଼ର କବୀରଧାମ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ବିବାହରେ ଉପହାର ମିଳିଥିବା ଏକ ମ୍ୟୁଜିକ୍‌ ସିଷ୍ଟମ୍‌ରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ବର ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ଘଟିଛି। ବର ଜଣକ ତିନି ଦିନ ପୂର୍ବେ ବିବାହ କରିଥିଲେ। ହୋମ୍‌ ଥିଏଟରରେ ହୋଇଥିବା ଏହି ବିସ୍ଫୋରଣରେ ପରିବାରର ୪ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁସାରେ, ରେଙ୍ଗାଖାର ଥାନା ଅଧୀନ ଚମାରି ଗ୍ରାମରେ ସୋମବାର ଏହି ଘଟଣା ଘଟିଛି। ମ୍ୟୁଜିକ୍ ସିଷ୍ଟମରେ ବିସ୍ଫୋରଣର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। କିନ୍ତୁ ବିସ୍ଫୋରଣ ହେତୁ ଘରର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିଛି।

ସୂଚନା ମୁତାବକ, ମୃତ ବର ହେଲେ ହେମେନ୍ଦ୍ର ମରାଭି, ତାଙ୍କ ବିବାହ ଏପ୍ରିଲ ୧ରେ ହୋଇଥିଲା। ପୋଲିସ କହିଛି ଯେ ବର ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଘରେ ବିବାହର ଉପହାର ଖୋଲୁଥିଲେ। ଉପହାରରେ ମିଳିଥିବା ମ୍ୟୁଜିକ୍‌ ସିଷ୍ଟମକୁ ଯେମିତି ହିଁ ବିଦ୍ୟୁତ୍‌ ବୋର୍ଡ ସହିତ ଲଗାଯାଇଥିଲା, ତ ସେଥିରେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମରାଭିଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ବଡ଼ ଭାଇ ହସ୍ପିଟାଲରେ ଆଖି ବୁଜିଥିଲେ।

ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏବଂ ଫରେନ୍‌ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।