ପୁରୀରେ ପହଞ୍ଚିଲା ୬୩୦ଟି ଟ୍ରଙ୍କରେ ଆସିଥିବା ୮ ହଜାର ୨୦୦ ଇଭିଏମ୍, ତାଳବଣିଆ ୱେୟାର ହାଉସରେ ରଖାଯାଇଛି
ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୋଟ ୨୮ଟି ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମଗୁଡ଼ିକୁ ରଖାଯାଇଛି । ଏହା ରୁଟିନ କାର୍ଯ୍ୟକ୍ରମ । EVMକୁ ଭଲ ଭାବେ ଯାଞ୍ଚ କରାଯିବା ପରେ ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯିବ

ପୁରୀ(କେନ୍ୟୁଜ୍):ପୁରୀରେ ହାଇଦ୍ରାବାଦର ୬ଟି ଟ୍ରକରେ ନୂଆ ଇଭିଏମ୍ ପହଞ୍ଚିବା ପରେ ଚର୍ଚ୍ଚା ଜୋର । ୬୩୦ଟି ଟ୍ରଙ୍କରେ ଆସିଛି ୮ ହଜାର ୨୦୦ ଇଭିଏମ୍ । ଯେଉଁଥିରେ ୪୧୦୦ଟି ବାଲାଟ୍ ୟୁନିଟ ଏବଂ ୪୧୦୦ଟି କଣ୍ଟ୍ରୋଲ ୟୁନିଟ୍ ରହିଛି । ନୂଆ ଇଭିଏମ୍ ପହଞ୍ଚିବା ପରେ ଏହାକୁ ପୁରୀ ତାଳବଣିଆ ଅଞ୍ଚଳରେ ଥିବା ଇଭିଏମ ୱେୟାର ହାଉସରେ ରଖାଯାଇଛି ।
ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୋଟ ୨୮ଟି ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମଗୁଡ଼ିକୁ ରଖାଯାଇଛି । ଏହା ରୁଟିନ କାର୍ଯ୍ୟକ୍ରମ । EVMକୁ ଭଲ ଭାବେ ଯାଞ୍ଚ କରାଯିବା ପରେ ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।