ନକଲି ସାର୍ଟିଫିକେଟ ରାକେଟର ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଆଜି ଟାଉନ ଥାନାରେ ପହଞ୍ଚି ଜବତ ଫାଇଲ, ହାର୍ଡଡିସ୍କ ଓ ଲାପଟପ ଯାଞ୍ଚ କରିଛି ତଦନ୍ତକାରୀ ଟିମ । ଗତକାଲି ଦୁଇଜଣ ରାଜସାକ୍ଷୀ ସୁବଳୟା ଭୋଇ ଓ ରମଣୀ ନାଗଙ୍କ ୧୬୪ ଧାରାରେ ବୟାନ ବୟାନ ରେକର୍ଡ ହୋଇଛି । ଏମାନେ କିପରି ନକଲି ଶିକ୍ଷାଗତ ପ୍ରମାଣ ପତ୍ର ପାଇଥିଲେ ।

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ନକଲି ସାର୍ଟିଫିକେଟ ରାକେଟର ତଦନ୍ତ । ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର , ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ନେଇ ଅନେକ ତଥ୍ୟ ବାହାର କରିବ କ୍ରାଇମବ୍ରାଞ୍ଚ । ଆଜି ଟାଉନ ଥାନାରେ ପହଞ୍ଚି ଜବତ ଫାଇଲ, ହାର୍ଡଡିସ୍କ ଓ ଲାପଟପ ଯାଞ୍ଚ କରିଛି ତଦନ୍ତକାରୀ ଟିମ । ଗତକାଲି ଦୁଇଜଣ ରାଜସାକ୍ଷୀ ସୁବଳୟା ଭୋଇ ଓ ରମଣୀ ନାଗଙ୍କ ୧୬୪ ଧାରାରେ ବୟାନ ବୟାନ ରେକର୍ଡ ହୋଇଛି । ଏମାନେ କିପରି ନକଲି ଶିକ୍ଷାଗତ ପ୍ରମାଣ ପତ୍ର ପାଇଥିଲେ ।

ଡାକ ବିଭାଗରେ କିପରି ଚାକିରୀ ପାଇଁ ଆବେଦନ କରିଥିଲେ? କେତେ ଟଙ୍କା ଦେଇ ନକଲି ସାର୍ଟିଫିକେଟ ହାତେଇଥିଲେ ସବୁକୁ ବଖାଣିଥିଲେ ଦୁଇ ଯୁବତୀ । ଏହି ଜାଲ ସାର୍ଟିଫିକେଟ ରାକେଟର ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୧୯ ଜଣ ଜେଲ୍‌ରେ ଅଛନ୍ତି । ସେପଟେ ନକଲି ସାର୍ଟିଫିକେଟ ଘଟଣାରେ ଜିଲ୍ଲାର ବିଭିନ୍ନ ବିଭାଗରେ ହେବ ତଦନ୍ତ । ସବୁ ବିଭାଗୀୟ ମୁଖ୍ୟଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.