Below header

ନ୍ୟୁଡ କଲ୍ ପାଇଁ ଫସିଗଲେ ସଫ୍ଟୱେର ଇଞ୍ଜିନିୟର, କୋଟିଏ ୧୪ ଲକ୍ଷ ଟଙ୍କା ଚୂନା ମାରିଦେଲେ ନକଲି କନିଆଁ

ମାଟ୍ରିମୋନିଆଲ ସାଇଟରେ ନକଲି କନ୍ୟା ସାଜି ଜଣେ ଯୁବକଙ୍କୁ ବିବାହ କରିବାକୁ କହି ୧ କୋଟି ୧୪ଲକ୍ଷ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି ।

ନ୍ୟୁଡ କଲ୍ ପାଇଁ ଫସିଗଲେ ସଫ୍ଟୱେର ଇଞ୍ଜିନିୟର । ଯୁବକଙ୍କୁ ୧ କୋଟି ୧୪ ଲକ୍ଷ ଟଙ୍କା ଚୂନା ମାରିଦେଲେ ନକଲି କନିଆଁ । ଭିଡିଓ କଲରେ ନିଜ ରୂପ ଲାବଣ୍ୟରେ ମୋହ କରି ଫସାଇଦେଲେ ଯୁବକଙ୍କୁ । ଯାହାପରେ ସଫ୍ଟୱେର ଇଞ୍ଜିନିୟରଙ୍କ ବିବାହ ନିଶା ଏକଦମ୍ ଫିକା ପଡିଯାଇଛି ।

ସାଇବର ଠକେଇର ଶିକାର ହେଲେ ବ୍ରିଟେନରେ କାମ କରୁଥିବା ସଫ୍ଟୱେର ଇଞ୍ଜିନିୟର । ମାଟ୍ରିମୋନିଆଲ ସାଇଟରେ ନକଲି କନ୍ୟା ସାଜି ଜଣେ ଯୁବକଙ୍କୁ ବିବାହ କରିବାକୁ କହି ୧ କୋଟି ୧୪ଲକ୍ଷ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି । ତେବେ ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡ ସନ୍ କ୍ରାଇମ ପୋଲିସ ଠିକ୍ ସମୟରେ ହସ୍ତକ୍ଷେପ କରିବାରୁ ସମ୍ପୃକ୍ତ ଯୁବତୀଙ୍କ ବ୍ୟାଙ୍କ ଖାତାରେ ଥିବା ୮୪ଲକ୍ଷ ଟଙ୍କାକୁ ଜବତ କରାଯାଇପାରିଛି ।

ସୂଚନା ମୁତାବକ ବେଙ୍ଗାଲୁରୁ କେଆର ପୁରମ ଅଞ୍ଚଳରେ ୪୧ବର୍ଷୀୟ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି । ସେ ବ୍ରିଟେନରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିବା ବେଳେ ଏକ ଟ୍ରେନିଂ ପାଇଁ ବେଙ୍ଗାଲୁରୁ ଆସିଥିଲେ । ଏହି ସମୟ ଭିତରେ ବିବାହ କରିବା ପାଇଁ ସେ ଏକ ମେଟ୍ରିମୋନିଆଲ ସାଇଟରେ ନାମ ପଞ୍ଜିକରଣ କରିବା ପରେ ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । କିଛି ଦିନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ମେସେଜରେ କଥାବାର୍ତ୍ତା ଆରମ୍ଭ ହେଲା । ଏହାପରେ ଉଭୟ ଉଭୟଙ୍କୁ ନିଜ ନମ୍ବର ଦିଆନିଆ ହେଲେ । ଏହାପରେ ଉଭୟ ଫୋନରେ କଥାବାର୍ତ୍ତା ହେବା ପରେ ଭିଡିଓ କଲରେ ମଧ୍ୟ କଥାବାର୍ତ୍ତ ଆରମ୍ଭ କଲେ ।

ମହିଳା ଜଣଙ୍କ ଧିରେ ଧିରେ ଯୁବକଙ୍କ ସହ କ୍ଲୋଜ୍ ହେଲେ ଏବଂ ନିଜ ବିଷୟରେ କହିଲେ । ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିବା କଥା କହିଥିଲେ ଯୁବତୀ । ଏହାପରେ ଗତ ଜୁଲାଇ ୨ତାରିଖରେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କ ମାଆଙ୍କ ପାଇଁ ଔଷଧ କିଣିବା ପାଇଁ ୧୫ଶହ ଟଙ୍କା ମାଗିଥିଲେ ଯାହା ଯୁବକ ଜଣକ ତାଙ୍କୁ ପଠାଇ ଦେଇଥିଲେ ।

ଏହାପରେ ଯୁବତୀ ଜଣକ ୪ତାରିଖ ପ୍ରାୟ ୧୨ ଟା ସମୟରେ ଭିଡିଓ କଲ୍ କଲେ । କଥାବର୍ତ୍ତା ଭିତରେ ସେ ନିଜର ପୋଷାକକୁ ବାହାର କରିଦେଲେ । ଏହାପରେ ଯୁବତୀ ଜଣଙ୍କ ଯୁବକଙ୍କ ଏହାକୁ ରେକର୍ଡ କରିନେଲେ । ନ୍ୟୁଡ କଲ ପରେ ଯୁବକଙ୍କୁ ଏକ କ୍ଲିପ ପଠାଇ ବ୍ଲାକମେଲ କରିବା ସହ ଟଙ୍କା ଦାବି କରିଥିଲେ ଯୁବତୀ । ଯଦି ଟଙ୍କା ନଦିଅନ୍ତି ତାହେଲେ ଏହି କ୍ଲିପକୁ ତାଙ୍କ ଘର ଏବଂ ଫ୍ରେଣ୍ଡସଙ୍କୁ ପଠାଇଦେବାକୁ ଧମକ ଦେଲେ ଯୁବତୀ । ତେବେ ଆଉ କୌଣସି ଉପାୟ ନପାଇ ଯୁବତୀ ଦେଇଥିବା ବିଭିନ୍ନ ବ୍ୟାଙ୍କ ଖାତା ଓ ଫୋନ୍ ନମ୍ବରକୁ ଯୁବକ ଜଣକ ପର୍ଯ୍ୟାୟ କ୍ରମେ ୧କୋଟି ୧୪ଲକ୍ଷ ଟଙ୍କା ଟ୍ରାନ୍ସଫର କଲେ ।

ଏତେ ଟଙ୍କା ନେବା ପରେ ବି ମନ ଭରିଲାନି ଯୁବତୀଙ୍କର । ବାରମ୍ବାର ଆହୁରି ଟଙ୍କା ଦାବି କରିବାରୁ ଯୁବକ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଇଟି ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ଯୁବତୀ ଜଣକ ଠକିବା ଉଦ୍ଦେଶ୍ୟରେ ମାଟ୍ରିମୋନିଆଲ ସାଇଟରେ ଭୁଲ୍ ପରିଚୟ ଦେଇ ଆକାଉଣ୍ଟ ଖୋଲିଥିଲେ । ତେବେ ସମ୍ପୃକ୍ତ ଯୁବତୀ ଦେଇଥିବା ନମ୍ବର ଆଧାରରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି ପୋଲିସ । ସେଥିରେ ୮୪ଲକ୍ଷ ଟଙ୍କ ଜମା ରହିଛି । ଅନ୍ୟ ୩୦ଲକ୍ଷ ଟଙ୍କା ଯୁବତୀ ଜଣକ ଖର୍ଚ୍ଚ କରିଦେଇଥିବା ଜଣାପଡିଛି ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୌଣସି ବି ବ୍ୟକ୍ତିଙ୍କ ସହିତ ଅନଲାଇନ୍ ବ୍ୟବହାର କରିବା ସମୟରେ ଆପଣଙ୍କୁ ସାବଧାନ୍ ରହିବା ବହୁତ ଜରୁରୀ । କାହା ସହ ବି ଭେଟ ହେବା ପୂର୍ବରୁ ନିଜକୁ ଯଥେଷ୍ଟ ସତର୍କ ରହିବା ଦରକାର । ଏମିତି କଲକୁ ଅନୁମତି ଦେବା ପୂବର୍ରୁ ନିହାତି ଭାବେ ବିଚାର କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.