ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ, ଲକ୍ଷେ ୫ ହଜାର ନଗଦ ଟଙ୍କା ଜବତ

ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ। କାରରୁ କଣ୍ଟେନରକୁ ଗଞ୍ଜେଇ ସ୍ଥାନାନ୍ତର କରୁଥିବା ବେଳେ ଧରିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କଲା ଗଜପତି ଜିଲ୍ଲା ମୋହନା ଥାନା ପୋଲିସ।

ମୋହନା : ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ। କାରରୁ କଣ୍ଟେନରକୁ ଗଞ୍ଜେଇ ସ୍ଥାନାନ୍ତର କରୁଥିବା ବେଳେ ଧରିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କଲା ଗଜପତି ଜିଲ୍ଲା ମୋହନା ଥାନା ପୋଲିସ।

ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ମୋହନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଚନ୍ଦ୍ରଗିରି ବାଳକ ବିଦ୍ୟାଳୟ ନିକଟରେ ଏକ କାରରୁ ଅନ୍ୟ ଏକ କଣ୍ଟେନରକୁ କିଛି ଦୁର୍ବୁତ୍ତ କିଛି ବସ୍ତାକୁ ସ୍ଥାନାନ୍ତର କରୁଥିବା ପୋଲିସ ନଜରକୁ ଆସିଥିଲା। ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେବାରୁ ପୋଲିସ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା।

ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ମାଷ୍ଟରମାଇଣ୍ଡ ମୁଖ୍ୟ ଅଭିଯୁକ୍ତ ଅନୁପ ଶେଖରଙ୍କ ସହ ଅନ୍ୟ ତିନିଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାସ୍ଥଳରୁ ୨୦୭କେଜି ଗଞ୍ଜେଇ ସହ ନଗଦ  ଲକ୍ଷେ ୫ ହଜାର ନଗଦ ଟଙ୍କା ଜବତ କରିଛି।

mobile

୬ଟି ମୋବାଇଲ, ଦୁଇଟି ୱୟାରଲେସ ଫୋନ, କାର, କଣ୍ଟେନର ଓ ଗୋଟିଏ ବାଇକ ଜବତ କରିଛି। ଦୀର୍ଘ ଦିନ ଧରି ପୋଲିସ କେବଳ ଗଞ୍ଜେଇ ଓ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାରେ ସଫଳ ହେଉଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଚକ୍‌ମା ଦେଇ ଧରାପଡୁନଥିଲା। ଶେଷରେ କିନ୍ତୁ ପୋଲିସ ହାତରେ ଧରାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.