ପଶ୍ଚିମବଙ୍ଗରେ ଆରମ୍ଭ ହେଲା ପ୍ରସିଦ୍ଧ ଗଙ୍ଗାସାଗର ମେଳା, ଭୋରରୁ ବୁଡ଼ ପକାଇବା ପରେ କପିଳମୁନି ଆଶ୍ରମରେ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଗଙ୍ଗାସାଗରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଙ୍ଗାସାଗର ମେଳା । ଆସନ୍ତାକାଲି ଓ ୧୫ ତାରିଖ ଦିନ ପୂଣ୍ୟସ୍ନାନ ଯୋଗ ରହିଛି । ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଙ୍ଗାସାଗର ମେଳା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁମାନଙ୍କ ସମାଗମ ଆରମ୍ଭ ହୋଇଛି। ନାଗା ସନ୍ୟାସୀଙ୍କ ଆଗମନକୁ କେନ୍ଦ୍ର କରି ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ କୋଲକାତାରୁ ପ୍ରତିଦିନ ୧୫୦ଟି ବସ ଯାତାୟାତ କରିବ। ସାଗରଦୀପ ମଧ୍ୟକୁ ଯିବା ପାଇଁ ଲଞ୍ଚର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଗଙ୍ଗାସାଗରରେ ବୁଡ଼ ପକାଇବା ପରେ କପିଳମୁନି ଆଶ୍ରମରେ ପୂଜାର୍ଚ୍ଚନା କରିଛନ୍ତି। ମେଳାରେ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.