Below header

‘ସୁଟର ଦାଦି’ ଚନ୍ଦ୍ରୋ ତୋମରଙ୍କ ପରଲୋକ, ଗତ କିଛିଦିନ ତଳେ କରୋନାରେ ହୋଇଥିଲେ ପୀଡିତ

ଉତ୍ତରପ୍ରଦେଶ, ବାଗପତର ବହୁ ଚର୍ଚ୍ଚିତ ସାର୍ପ ଶୁଟର ଦାଦି ଚନ୍ଦ୍ରୋ ତୋମାରଙ୍କ ପରଲୋକ। ଗତ କିଛିଦିନ ହେଲାଣି କରୋନାରେ ସଂକ୍ରମିତ ହୋଇ ଚନ୍ଦ୍ରୋ ତୋମାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ରାଜ୍ୟ ତଥା ଜାତୀୟ ସ୍ତରରେ ଶୁଟିଂରେ ଅନେକ ପଦକ ଜିତିଥିବା ଦାଦି ବହୁ ଲୋକପ୍ରିୟ ଥିଲେ। ଦାଦି ବାଗପତର ଜୋହଡୀ ଗାଁର ବାସିନ୍ଦା ଥିଲେ। ଗତ କିଛିଦିନ ତଳେ ସୁଟର ଦାଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ରିଲିଜ ହୋଇଥିଲା। ଯାହାର ନାମ ଥିଲା ‘ସାଣ୍ଢ କି ଆଖଁ’। ଏଥିରେ ତାପସୀ ପାନ୍ନୁ ଏବଂ ଭୂମି ପେଡେନକର ନଜର ଆସିଥିଲେ।

କିଛି ଦିନ ପୂର୍ବରୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮୯ ବର୍ଷୀୟ ଦାଦି କରୋନାରେ ପ୍ରାଣ ହରାଇଛନ୍ତି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.