Below header

ଶିଶୁର ହାଡ଼କୁ ମଜଭୁତ କରିବା ପାଇଁ ଦିଅନ୍ତୁ ଏହି ୬ ପ୍ରାକୃତିକ ଖାଦ୍ୟ

ଶିଶୁଙ୍କ ଶରୀରର ବିକାଶ ଠିକ୍‌ ଭାବେ ହେବା ବହୁତ ଜରୁରୀ। ଏହି ବିକାଶରେ ହାଡ଼ ମଜଭୁତ ହେବା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ତେଣୁ ଆପଣ ନିଜ ଶିଶୁର ହାଡ଼କୁ କିପରି ମଜଭୁତ କରିବେ, ତାହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଆଜି ଆମେ ଆପଣଙ୍କୁ କିଛି ପ୍ରାକୃତିକ ଉତ୍ପାଦ ବିଷୟରେ କହିବୁ, ଯାହାକୁ ଆପଣ ନିଜ ଶିଶୁକୁ ଦେଇ ତାକୁ ଷ୍ଟ୍ରଙ୍ଗ୍‌ ବନାଇ ପାରିବେ।

୧. କ୍ଷୀରଜାତ ଦ୍ରବ୍ୟ: କ୍ଷୀରଜାତ ଦ୍ରବ୍ୟ ଯେପରି ଦହି, ଲହୁଣୀ, ପନିର, ଚିଜ୍‌ ଆଦିରେ କ୍ୟାଲସିୟମ ମାତ୍ରା ବହୁତ ଅଧିକ ରହିଥାଏ। ଏହାଦ୍ୱାରା ଶିଶୁର ହାଡ଼ ଏବଂ ଦାନ୍ତ ମଜଭୁତ ହୋଇଥାଏ।

୨. କନ୍ଦମୂଳ: କନ୍ଦମୂଳରେ ଉଚ୍ଚ ମାତ୍ରାରେ କ୍ୟାଲସିୟମ ରହିଥାଏ, ଯାହା ଶରୀରକୁ ଷ୍ଟ୍ରଙ୍ଗ୍‌ ବନାଇଥାଏ। ଆପଣ ଶିଶୁକୁ କନ୍ଦମୂଳ ସିଝାଇ ଦେଇପାରିବେ। ଏହାଛଡ଼ା ହାଲଓ୍ଵା ବନାଇ ବି ଦେଇପାରିବେ।

୩. ସୋୟା କ୍ଷୀର: ଶିଶୁକୁ ସୋୟା କ୍ଷୀର ଦିଅନ୍ତୁ। ଏଥିରେ ବହୁତ ପୌଷ୍ଟିକ ତତ୍ତ୍ୱ ଭରି ରହିଛି, ଯାହା ଶରୀରକୁ ମଜଭୁତ ବନାଇବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଶରୀରର ପ୍ରତିରୋଧକ କ୍ଷମତା ବଢ଼ିଥାଏ।

୪. ମଟର: ଶିଶୁକୁ ଆପଣ ମଟରରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଦେଇପାରିବେ। ଏଥିରେ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ମଜଭୁତ କରିଥାଏ।

୫. କମଳା: କମଳାରେ ସାଇଟ୍ରସ୍‌ ରହିଛି, ଯାହା ଶିଶୁର ହାଡ଼କୁ ମଜଭୁତ ବନାଇଥାଏ। ଶିଶୁର ଶରୀରକୁ କ୍ୟାଲସିୟମ ଏବଂ ଭିଟାମିନ ସି’ରେ ଭରି ଦେଇଥାଏ।

୬. ମାଣ୍ଡିଆ: ମାଣ୍ଡିଆରୁ ଶିଶୁକୁ କ୍ୟାଲସିୟମ ମିଳିଥାଏ। ଏହା ଶରୀର ପାଇଁ ବହୁତ ଭଲ। ଆପଣ ଚାହିଁଲେ ମାଣ୍ଡିଆ ପାଉଡରକୁ ଅଟାରେ ମିଶାଇ ରୁଟି ପ୍ରସ୍ତୁତ କରି ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.