Below header

ଆସନ୍ତା ଦୁଇ ଦିନ ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ, ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲାରେ ବଢ଼ୁଥିବା କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତାକାଲି ଏବଂ ରବିବାର ଦିନ ଜିଲ୍ଲାର ୩୧୧ ପଞ୍ଚାୟତରେ ସଟ ଡାଉନ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲାର ଦୁଇ ପୌରପାଳିକା ଯାଜପୁର ଓ ବ୍ୟାସନଗରରେ ସପ୍ତାହନ୍ତ ସଟ ଡାଉନ କରାଯାଉଥିଲା। କିନ୍ତୁ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରି କେତେକ ପଞ୍ଚାୟତର ସରପଞ୍ଚ ସମ୍ପୁର୍ଣ୍ଣ ସଟ ଡାଉନ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ।

ପ୍ରଶାସନ ଏଥିପାଇଁ ସମସ୍ତ ସରପଞ୍ଚଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ଓ ରବିବାର ସମଗ୍ର ଜିଲାରେ ସଟ ଡାଉନ ରଖିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଅତ୍ୟାବଶ୍ୟକ ସେବା ଯୋଗାଣ ପୂର୍ବଭଳି ଚାଲୁ ରହିବ ବୋଲି  ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.