ଓ୍ଵାର୍କ ଫ୍ରମ୍ ହୋମ୍ରୁ Googleକୁ ହେଲା ବଡ଼ ଫାଇଦା, ଗୋଟିଏ ବର୍ଷରେ ସେଭିଂ କରୁଛି ୧ ବିଲିୟନ ଡଲାର

କରୋନା ଯୋଗୁ ଅନେକ ଲୋକ ଘରୁ ହିଁ କାମ କରୁଛନ୍ତି। ଏହାର ସବୁଠାରୁ ଅଧିକ ଫାଇଦା Googleକୁ ମିଳିଛି। Google କର୍ମଚାରୀମାନେ ଘରେ ରହି କାମ କରୁଥିବାରୁ ତାଙ୍କର ଟ୍ରାଭେଲ ବହୁତ କମିଯାଇଛି। ଆଉ ଏହା Google ବିଜନେସ୍ ପାଇଁ ବହୁତ ଭଲ ରହିଛି। ଓ୍ଵାର୍କ ଫ୍ରମ୍ ହୋମ୍ କାରଣରୁ ପ୍ରଥମ ତୈ୍ରମାସିକରେ Googleର ପ୍ୟାରେଣ୍ଟ କମ୍ପାନୀ Alphabet Inc ୨୬୮ ମିଲିୟନ ଡଲାର ଖର୍ଚ୍ଚକୁ ରୋକି ପାରିଛି। ଏହି ଖର୍ଚ୍ଚ ପ୍ରୋମୋଶନ, ଟ୍ରାଭେଲ ଏବଂ ଇଣ୍ଟରଟେନମେଣ୍ଟରୁ ବଞ୍ଚାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୨୬୮ ମିଲିୟନ ଡଲାର ଖର୍ଚ୍ଚକୁ ସେଭିଂ କରାଯାଇଛି।
ଯଦି ଏହାକୁ ବର୍ଷ ଆଧାରରେ ଦେଖାଯିବ, ତ ଏହା ୧ ବିଲିୟନରୁ ଅଧିକ ହେବ। Alphabet ନିଜ ମାନୁଆଲ ରିପୋର୍ଟରେ କହିଛି, ଆଡ୍ଭର୍ଟାଇଜିଂ ଏବଂ ପ୍ରୋମୋଶନାଲ ଖର୍ଚ୍ଚ ୨୦୨୦ରେ ୧.୪ ବିଲିୟନ ଡଲାର କମି ଯାଇଥିଲା। କମ୍ପାନୀ କେତେକ କ୍ୟାମ୍ପେନ୍କୁ ରୋକି ଦେଇଥିବା ବେଳେ କିଛି ଇଭେଣ୍ଟରେ ଚେଞ୍ଜେସ୍ କରିଥିଲା। ସେହିପରି ଟ୍ରାଭେଲ ଓ ଏଣ୍ଟରଟେନମେଣ୍ଟ ଖର୍ଚ୍ଚ ବି ୩୭୧ ମିଲିୟନ ଡଲାର କମିଯାଇଥିଲା। ସେପଟେ କିଛି ନୂଆ କର୍ମଚାରୀଙ୍କ ନିଯୁକ୍ତ ଖର୍ଚ୍ଚ ଏହି ସେଭିଂରୁ ପୂରା କରାଯାଇଛି। କରୋନା ଯୋଗୁ କମ୍ପାନୀର ମାର୍କେଟିଂ ଏବଂ ଆଡ୍ମିନିଷ୍ଟ୍ରେଟିଭ ଖର୍ଚ୍ଚ ପ୍ରଥମ ତୈ୍ରମାସିକରେ ବହୁତ ହ୍ରାସ ପାଇଛି। ଯେତେବେଳେ କି, କମ୍ପାନୀର ରେଭନ୍ୟୁରେ ୩୪ ପ୍ରତିଶତ ବୃଦ୍ଧି ଘଟିଛି।
Googleର ଓ୍ଵାର୍କ କଲ୍ଚର ବହୁତ ଭଲ। କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ଅନେକ ପ୍ରକାରର ସୁବିଧା ମିଳିଥାଏ। ଏଥିରେ ମସାଜ ଟେବୁଲ୍ସ, ଖାଦ୍ୟ, କର୍ପୋରେଟ ରିଟ୍ରିଟ୍ ଭଳି ସୁବିଧା ସାମିଲ ଅଛି। ଏବେ ଅଧିକରୁ ଅଧିକ Google ଷ୍ଟାଫ୍ ଘରୁ ହିଁ କାମ କରୁଛନ୍ତି। ଏହି କାରଣରୁ ସେମାନଙ୍କୁ ଗତବର୍ଷ ମାର୍ଚ୍ଚରେ ଏ ସମସ୍ତ ସୁବିଧା ମିଳିନାହିଁ। ତେବେ ଚଳିତବର୍ଷ ଶେଷ ସୁଦ୍ଧା Google ଅଫିସ ପ୍ଲାନକୁ ପୁଣି ଫେରିବାକୁ ଚାହୁଁଛି। ଏ ନେଇ କମ୍ପାନୀ ହାଇବ୍ରିଡ୍ ମଡେଲ ଉପରେ କାମ କରୁଛି। ଏଥିରେ ଅଧିକ ସ୍ପେସ୍ରେ କମ୍ ଷ୍ଟାଫ୍ କାମ କରିବେ।