ଆଜି ପାଓଭାଜି ଖାଇବାକୁ ମନ ହେଉଛି କି, ତେବେ ଏପରି କରନ୍ତୁ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • ତେଲ – ୧/୨ ଚାମଚ
  • ଭଲଭାବେ କଟାହୋଇଥିବା ବଟର
  • ଛୋଟ କଟା ପିଆଜ – ଗୋଟେ କପ୍
  • ଅଦା-ରସୁଣ ପେଷ୍ଟ୍ -ଗୋଟେ ଚାମଚ
  • ବିଟ୍ – ୧/୨ କପ୍ କଟା ହୋଇଥିବା
  • ଲଙ୍କା ଗୁଣ୍ଡ – ଗୋଟେ ଚାମଚ
  • ପାଓ ଭାଜି ମସଲା – ଗୋଟେ ଚାମଚ
  • ଟମାଟୋ ରସ – ୧/୨ କପ୍
  • ଧନିଆ ପତ୍ର – ଅଳ୍ପ
  • ଶିମ୍ଲା ଲଙ୍କା – ୧/୨ କପ୍
  • ଛୋଟ କଟା ଆଳୁ – ଗୋଟେ କପ୍
  • ପାଓ ପାଇଁ ବଟର ଏବଂ ପାଓ ଭାଜି ମସଲା

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚୁଲାରେ ପ୍ୟାନ ବସେଇ ତେଲ ପକାନ୍ତୁ ଓ ତେଲକୁ କଡେଇ ସାରା କରିଦିଅନ୍ତୁ। ଏହା ପରେ ଏଥିରେ କଟା ବଟର ଓ ପିଆଜ ପକାନ୍ତୁ। ପିଆଜକୁ ସେପର୍ଯ୍ୟନ୍ତ ଭାଜନ୍ତୁ ଯେପର୍ଯ୍ୟନ୍ତ ଏହା ଗୋଲ୍ଡେନ୍ ବ୍ରାଉନ ନ ହୋଇଛି। ବର୍ତ୍ତମାନ ଏଥିରେ ଅଦା-ରସୁଣ ପେଷ୍ଟ୍ ପକେଇ ଭଲଭାବେ କଷି ଦିଅନ୍ତୁ।

କିଛି ସମୟ ପରେ ଏଥିରେ କାଟି ରଖିଥିବା ଧନିଆ ପତ୍ରକୁ ପକେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହାପରେ କଟା ଆଳୁ ପକେଇ ଦାବିଲା ଭଳି ଗୋଳାନ୍ତୁ। ଏବେ ଏଥିରେ କଟା ବିଟ୍, ସ୍ଵାଦ ଅନୁସାରେ ଲୁଣ, ଲଙ୍କା ପାଉଡର୍ ଓ ପାଓ ଭାଜି ମସଲା ପକାଇ ଭଲଭାବେ ମସଲା ଓ ଟମାଟୋ ରସକୁ ଗୋଳାନ୍ତୁ।

ଏହାପରେ ଏଥିରେ ପାଓଭାଜି ମସଲା ପକେଇ ଢାଙ୍କୁଣି ଦେଇ ୩ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ। ଏବେ ଆପଣଙ୍କର ଭାଜି ପ୍ରସ୍ତୁତ ହୋଇଯାଇଛି। ଏହାପରେ ଗ୍ୟାସରେ ତାୱା ବସାନ୍ତୁ। ଏହା ଉପରେ ବଟର ପକାନ୍ତୁ। ପାଓକୁ ମଝିରୁ କାଟି ଏହା ଉପରେ ପାଓ ଭାଜି ମସଲା ପକେଇ ଏହାକୁ ତାୱାରେ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ମିଡିୟମ ଫ୍ଲେମରେ ଗରମ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଓ ଭାଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.