ଆସନ୍ତା ୨୯ ତାରିଖ ଯାଏ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ
ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ୧୦ ଦଫା ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ଚାଷୀ । ଆସନ୍ତା ୨୯ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ବନ୍ଦ କରିଛନ୍ତି । ଫେବ୍ରୁଆରୀ ୨୯ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବେ କୃଷକ ସଂଗଠନ ।

ଏମଏସପି ଗ୍ୟାରେଣ୍ଟି ଆଇନ ଦାବି କରି ଆସନ୍ତା ୨୯ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ବନ୍ଦ କରିଛନ୍ତି । ଫେବ୍ରୁଆରୀ ୨୯ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବେ କୃଷକ ସଂଗଠନ । ଏ ସମ୍ପର୍କରେ ଆଜି ଖାନେରି ସୀମାନ୍ତରେ ଚାଷୀ ସଂଗଠନର ନେତା ସରବନ ସିଂହ ପାନ୍ଧେର ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ କ୍ୟାଣ୍ଡେଲ ରାଲି କରିବେ ଚାଷୀ ।
ଆସନ୍ତା କାଲି କୃଷି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ହେବ ସେମିନାର । ୨୬ରେ ୱାର୍ଲଡ୍ ଟ୍ରେଡ୍ ଅର୍ଗାନାଇଜେସନ ଓ କେନ୍ଦ୍ରର କୁଶପୁତ୍ତଳିକା ଦାହ କରିବେ । ଆସନ୍ତା ଦୁଇ ଦିନରେ ଏକାଧିକ ବୈଠକ ହେବ। ଫେବ୍ରୁଆରୀ ୨୯ରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନେବେ। ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଡେରା ମାରିଛନ୍ତି। ଦିଲ୍ଲୀ ଆଡ଼କୁ ମୁହଁ କରି ଛିଡ଼ା ହୋଇଛନ୍ତି ୨ ହଜାର ଟ୍ରାକ୍ଟର ।
#WATCH | Farmer leader Sarwan Singh Pandher says, “This is the 12th day of the morchas at Shambhu and Khanauri. Yesterday, Kisan Mazdoor Morcha and SKM (non-political) decided that a candle march will be held on both borders today evening, in the memory of martyrs. After this, on… pic.twitter.com/WjK6Czszy0
— ANI (@ANI) February 24, 2024
ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ୧୦ ଦଫା ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ଚାଷୀ । ଏଥିରେ ୨୦୦ରୁ ଅଧିକ କୃଷକ ସଂଗଠନ ସାମିଲ ଅଛନ୍ତି । ପଂଜାବ-ହରିଆଣା ଶମ୍ଭୁ ସୀମାରେ ଚାଷୀ-ପୋଲିସ ଛକାପଂଝା ହୋଇ ରହିଛନ୍ତି । ଚାଷୀଙ୍କୁ ଦିଲ୍ଲୀକୁ ବାଟ ଛାଡ଼ୁନି ପୋଲିସ ।