ଯୌତୁକ ଦାବି: ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର
ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର । ଭଦ୍ରକ ଜିଲ୍ଲାର ତିହିଡି ଥାନା ଅଧିନସ୍ଥ ରାଢ଼ଙ୍ଗ ଗାଁର ଘଟଣା । ଆହତ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭଦ୍ରକ (କେନ୍ୟୁଜ): ସ୍ୱାମୀ ମାଡ଼ରେ ସ୍ତ୍ରୀ ଗୁରୁତର । ଭଦ୍ରକ ଜିଲ୍ଲାର ତିହିଡି ଥାନା ଅଧିନସ୍ଥ ରାଢ଼ଙ୍ଗ ଗାଁର ଘଟଣା । ଆହତ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ମୁତାବକ ମୁକ୍ତକାନ୍ତ ନାଥ ନାମକ ବ୍ୟକ୍ତି ତାଙ୍କ ପତ୍ନୀ ବନଯାମିନୀ ସାହୁଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି । ବିବାହାର ୧୦ ବର୍ଷ ପରେ ବି ମୁକ୍ତିକାନ୍ତ ଯୌତୁକ ଦାବି କରି ବନଯାମିନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ତିହିଡି ପୋଲିସ ଘଟଣାର ତଦନ୍ତ କରୁଛି ।