ମ୍ୟାଚ ଜିତିବାର ଖୁସି ମନାଉଥିବା ବେଳେ ଆସିଲା ହାର୍ଟଆଟାକ, ଚାଲିଗଲା ଖେଳାଳିଙ୍କ ଜୀବନ

ମ୍ୟାଚ ଜିତିବା ପରେ କର୍ଣ୍ଣାଟକର ୩୪ ବର୍ଷୀୟ କ୍ରିକେଟ କେ. ହୋୟସାଲା ହାର୍ଟ ଆଟାକ ଆସିଥିଲା । ଖେଳାଳି ଜଣକ ପଡିଆରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାତ୍ର ୩୪ ବର୍ଷ ବୟସରେ ଆଖି ବୁଜିଲେ ଯୁବ କ୍ରିକେଟର । ଖୁସିରେ ମ୍ୟାଚ୍‌ ଜିତିଥିବା ବିଜୟ ଉତ୍ସବ ମନାଉଥିବା ବେଳେ ଆସିଲା ହାର୍ଟଆଟାକ । ଖେଳାଳି ଜଣକ ପଡିଆରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ବେଙ୍ଗାଲୁରୁର ଆରଏସଆଇ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ଏଜିସ ସାଉଥ ଜୋନ ଟୁର୍ଣ୍ଣାମେଣ୍ଟ ଅବସରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ହୋଇଥିବା ମ୍ୟାଚ ସମୟରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିଲା । କର୍ଣ୍ଣାଟକ ମ୍ୟାଚ ଜିତିବା ପରେ ୩୪ ବର୍ଷୀୟ କ୍ରିକେଟ କେ. ହୋୟସାଲା ହାର୍ଟ ଆଟାକ ଆସିଥିଲା । ସେ ବିଜୟ ଉତ୍ସବ ମନାଉଥିବା ବେଳେ ତାଙ୍କୁ ହାର୍ଟଆଟାକ ଆସିଥିଲା । ସେଠାରେ ସେ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହୋୟସାଲାଙ୍କ ବିୟୋଗ ନେଇ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ କ୍ରୀଡ଼ା ଜଗତର ବହୁ ବରିଷ୍ଠ ଅଧିକାରୀ ଶୋକ ବ୍ୟକ୍ତ କରିଛନ୍ତି । ହୋୟସାଲା ଅଣ୍ଡର-୨୫ ବର୍ଗରେ କର୍ଣ୍ଣାଟକ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ସେ କର୍ଣ୍ଣାଟକ ପ୍ରିମିୟର ଲିଗରେ ମଧ୍ୟ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.