ଗ୍ରୀଷ୍ମ ନଆସୁଣୁ ଏବେଠାରୁ ଶୁଖିଲା ପଡ଼ିଲାଣି ନଦୀ, ଆଗକୁ ପରିସ୍ଥିତି ଅସମ୍ଭାଳ !

ଏବେଠାରୁ ଶୁଖିଲା ପଡ଼ିଲାଣି ନଦୀ ଆଗକୁ ପରିସ୍ଥିତି ନ କହିବା ଭଲ । ଏ ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ର ପ୍ରସନ୍ନ ନଦୀର । ମୟୂରଭଞ୍ଜ ସାଇଁକୁଳା ଓ ପଦ୍ମତୋଳାରୁ ବାହାରି କଲ୍ୟାଣପୁର ପଂଚାୟତ ଅତିକ୍ରମ କରି ଗଙ୍ଗାହାର ନଦୀ କୁ ସଂଯୋଗ କରିଛି ଏହି ପ୍ରସନ୍ନ ନଦୀ ।

ବାଲେଶ୍ଵର (କେନ୍ୟୁଜ): ଏବେଠାରୁ ଶୁଖିଲା ପଡ଼ିଲାଣି ନଦୀ ଆଗକୁ ପରିସ୍ଥିତି ନ କହିବା ଭଲ । ଏ ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ର ପ୍ରସନ୍ନ ନଦୀର । ମୟୂରଭଞ୍ଜ ସାଇଁକୁଳା ଓ ପଦ୍ମତୋଳାରୁ ବାହାରି କଲ୍ୟାଣପୁର ପଂଚାୟତ ଅତିକ୍ରମ କରି ଗଙ୍ଗାହାର ନଦୀ କୁ ସଂଯୋଗ କରିଛି ଏହି ପ୍ରସନ୍ନ ନଦୀ ।

ସୀମାନ୍ତ ମୟୂରଭଞ୍ଜରୁ ଏହି ନଦୀ ଆସିଥିବା ବେଳେ ଏହି ନଦୀ ଉପରେ ବାଲେଶ୍ଵର ରେମୁଣା ବ୍ଲକ ର ଦୁର୍ଗାଦେବୀପୁର, ତେନ୍ତୁଳିଦା, ଗୁଡ଼ୁଦା, ବଡ଼ପାଳ, ପତ୍ରିପାଳ ଓ କଲ୍ୟାଣପୁର ଆଦି ପଞ୍ଚାୟତ ଲୋକେ ସିଧାସଳଖ ନିର୍ଭର କରନ୍ତି । ହେଲେ ବର୍ଷ ବର୍ଷ ଧରି ନଦୀର ଏଭଳି ପରିସ୍ଥିତି । ନଦୀର ଶଯ୍ୟା ସମ୍ପୂର୍ଣ୍ଣ ପୋତିଯିବାରୁ ଜଳସେଚନ ଓ ଜଳଧାରଣ କଥା କହିଲେ ନସରେ । ଜଳ ନିଷ୍କାସନ ତ ଦୂରର କଥା ବରଂ ନଦୀ ପୋତିବା ଯୋଗୁଁ ୬ଟି ପଂଚାୟତର ୫୦ ହଜାର ଲୋକଙ୍କ ପାଇଁ ବର୍ଷା ଦିନରେ ପ୍ରସନ୍ନ ନଦୀ ଦୁଃଖର କାରଣ ସାଜୁଛି ।

ସେହିଭଳି ନଦୀଟି ଯେଉଁ ଅଞ୍ଚଳ ଦେଇ ପ୍ରବାହିତ ହୋଇଛି ପ୍ରଥମ କାରଣ ହେଲା ବିଭିନ୍ନ ସ୍ଥାନରେ ଅଣଓସାରିଆ ଓ ଅଙ୍କାବଙ୍କା ଯୋଗୁଁ ଉପର ମୁଣ୍ଡରେ ଭାରି ବର୍ଷା ହେଲେ ପ୍ରସନ୍ନ ନଦୀରେ ବନ୍ୟା ବିତ୍ପାତ ସାଧାରଣ ଲୋକଙ୍କୁ ବେଶ୍ ଦୁଃଖ ପହଞ୍ଚାଇଥାଏ । ସେହିଭଳି ଦ୍ଵିତୀୟ କାରଣ ହେଲା ନଦୀଟି ଯେଉଁ ଅଞ୍ଚଳ ଦେଇ ପ୍ରବାହିତ ହୋଇଛି ପ୍ରଶାସନିକ ଉଦାସୀନତା ଯୋଗୁଁ ବର୍ଷ ବର୍ଷ ଧରି ଏହି ନଦୀ ଖନନ ହୋଇ ନାହିଁ ।

ନଦୀ ଖନନ ନହେବା ଦ୍ୱାରା ନଦୀରେ ଜଳଧାରଣ କ୍ଷମତା କମିଥିବା ସହ କେଉଁଠି ନଦୀ ୫ଫୁଟ୍ ଗଭୀରତ ଆଉ କେଉଁଠି ୩ ଫୁଟ୍ ଗଭୀର ଦେଖିବାକୁ ମିଳିଛି । ଏପରିକି ବର୍ଷା ଦିନେ ନଦୀରେ ଆସୁଥିବା ମାଟି ଓ ବାଲି କେତେବେଳେ ଗୋଟିଏ ପାର୍ଶ୍ୱରେ ପଡ଼ି ପୋତିଯାଉଛି ତ ଆଉ କେତେବେଳେ ଚାଷଜମି ଉପରେ ବାଲି ମାଡ଼ିଯାଉଛି ।

ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ନଦୀ ଅଛି ସତ ହେଲେ ନଦୀରେ ଜଳ ଧାରଣ କ୍ଷମତା କମ ଯୋଗୁଁ ସ୍ଥାନୀୟ ଅଞ୍ଚଳ ରେ ଉନ୍ନତ ଚାଷ ହୋଇ ପାରୁନାହିଁ । ଯାହାକୁ ନେଇ ଲୋକଙ୍କ ଭିତ୍ତିରେ ନନା ଅସନ୍ତୋଷ ଦେଖିବାକୁ ମିଳିଛି । ଏ ସଂପର୍କରେ ଲିଖିତ ଭାବରେ ରାଜ୍ୟ ଜଳସମ୍ପଦ ବିଭାଗର ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀ ତଥା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ବେଳେ ସଂପୃକ୍ତ ବିଭାଗ ପକ୍ଷରୁ କୌଣଷି ପ୍ରତିକ୍ରିୟା ଗଣମାଧ୍ୟମକୁ ଦିଆଯାଇନାହିଁ ।

ରେମୁଣା ବ୍ଲକର ୬ ପଞ୍ଚାୟତ ଅଧିବାସୀଙ୍କ ଜୀବନ ରେଖା ପାଲଟିଥିବା ପ୍ରସନ୍ନ ନଦୀ, ଏବେ ସ୍ଥାନୀୟ କୃଷକଙ୍କ ଜୀବନ ଜୀବିକାର ରେଖାପାତ କରିଛି । ନଦୀ ଅଛି ହେଲେ ନଦୀରେ ଜଳ ଧାରଣ କ୍ଷମତା କମ୍ । ପ୍ରଶାସନିକ ଉଦସୀନତା କାରଣରୁ ନା ପୁନଃରୁଦ୍ଧାର ହୋଇପାରିଛି ନା ଜଳନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରେମୁଣା ବ୍ଲକର ୬ଟି ପଞ୍ଚାୟତର ପ୍ରାୟ ୫୦ହଜାର ଲୋକ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.