Below header

୫୫୦ ପିଲାଙ୍କ ବାପାଙ୍କୁ ପିଲା ଜନ୍ମ କରିବା ପାଇଁ ମନା କଲେ କୋର୍ଟ, ନ ମାନିଲେ ଦେବେ ୯୦ ଲକ୍ଷ ଜରିମାନା

ବୟସ ୪୧ । ୫୫୦ ପିଲାଙ୍କ ବାପା । ଏ ହେଉଛନ୍ତି ନେଦରଲ୍ୟାଣ୍ଡର ଯୁବକ ଜୋନାଥନ ଜାକବ ମେଜର । ସାରା ବିଶ୍ୱରେ ରହିଛନ୍ତି ତାଙ୍କର ଏହି ସନ୍ତାନମାନେ । ସେ ବିବାହ କରି ଏତେ ପିଲାଙ୍କ ବାପା ହୋଇ ନାହାନ୍ତି। ସୁକ୍ରାଣୁ ଦାନ କରିଛନ୍ତି। ତାଙ୍କ ସୁକ୍ରାଣୁରୁ ୫୫୦ ପିଲା ଜନ୍ମ ହୋଇଛନ୍ତି। କିନ୍ତୁ ଭବିଷ୍ୟତରେ ଆଉ ସୁକ୍ରାଣୁ ଦେଇ ପାରିବେନି।

ବ୍ୟାନ ଲଗାଇଲେ ନେଦରଲ୍ୟାଣ୍ଡ କୋର୍ଟ। ଭବିଷ୍ୟତରେ ସୁକ୍ରାଣୁ ଦାନ କରିବାକୁ ଚେଷ୍ଟା କଲେ ମୋଟା ଅଙ୍କର ଜରିମାନା ଦେବାକୁ ହେବ । ୧ ଲକ୍ଷ ୟୁରୋ ବା ୯୦ ଲକ୍ଷ କୋଟି ଜରିମାନା ଦେବାକୁ ହୋଇପାରେ । ଗୋଟିଏ ସଂଗଠନ ଏବଂ ଜଣେ ମା ସୁକ୍ରାଣୁ ଦାନ କରିଥିବା ଜୋନାଥନଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବା ପରେ ଘଟଣା ସାମ୍ନାକୁ ଆସିଛି।

୧୩ଟି କ୍ଲିନିକକୁ ସୁକ୍ରାଣୁ ଦାନ କରିଥିଲେ ଜୋନାଥନ। ଏଥିରୁ ୧୧ଟି କ୍ଲିନିକ ନେଦରଲ୍ୟାଣ୍ଡରେ ରହିଛି। ଡଚ୍‌ କ୍ଲିନିକାଲ ଗାଇଡଲାଇନ ଅନୁସାରେ ଜଣେ ପୁରୁଷ ସର୍ବାଧିକ ୧୨ ଜଣ ମହିଳାଙ୍କୁ ସୁକ୍ରାଣୁ ଦାନ କରି ପାରେବେ କିମ୍ବା ଏହି ସୂତ୍ରରେ ସର୍ବାଧିକ ୨୫ ଜଣ ପିଲାଙ୍କ ବାପା ହୋଇ ପାରିବେ ।

ଜଣେ ପିଲା ତାର ଶତାଧିକ ଭାଇ ଭଉଣୀ ଥିବା ଜାଣିବା ପରେ ସେ ମାନସିକ ଦୁଶ୍ଚିନ୍ତାରେ ପଡ଼ିଯିବ। ଏଥିପାଇଁ ଜଣେ ପୁରୁଷ ସର୍ବାଧିକ ୧୨ ଜଣ ମହିଳାଙ୍କୁ ସୁକ୍ରାଣୁ ଦାନ କରିବା ପାଇଁ ଆଇନ ରହିଛି। କିନ୍ତୁ ଜୋନାଥନ ୫୫୦ ରୁ ଅଧିକ ପିଲାଙ୍କ ବାପା। ୨୦୦୭ରୁ ସେ ସୁକ୍ରାଣୁ ଦାନ କରୁଛି। ୨୦୧୭ରେ ତା ଉପରେ ବ୍ୟାନ ଲାଗିଥିଲା। ଏହା ପରେ ବି ସେ ସୁକ୍ରାଣୁ ଦାନ କରିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.