ଆକ୍ରମଣର ପ୍ରତିଶୋଧ ନେଲା ୟୁକ୍ରେନ : ମିସାଇଲର ଜବାବ ଡ୍ରୋନରେ, ୨୩ ଜଣଙ୍କ ମୃତ୍ୟୁ

ମିସାଇଲର ଜବାବ ଡ୍ରୋନରେ । ଉମନ ସହରରେ ଆକ୍ରମଣର ପ୍ରତିଶୋଧ ନେଲା ୟୁକ୍ରେନ। କ୍ରିମିଆ ସେଭାଷ୍ଟୋପୋଲରେ ରୁଷ ତୈଳ ଭଣ୍ଡାର ଉପରେ ଡ୍ରୋନ ହମଲା କରିଛି ୟୁକ୍ରେନ ସେନା। ହୁହୁ ହୋଇ ଜଳି ଯାଇଛି ତୈଳ ଭଣ୍ଡାର। ସେପଟେ ରୁଷ ମିସାଇଲ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହେଲାଣି। ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା।

ମିସାଇଲର ଜବାବ ଡ୍ରୋନରେ । ଉମନ ସହରରେ ଆକ୍ରମଣର ପ୍ରତିଶୋଧ ନେଲା ୟୁକ୍ରେନ। କ୍ରିମିଆ ସେଭାଷ୍ଟୋପୋଲରେ ରୁଷ ତୈଳ ଭଣ୍ଡାର ଉପରେ ଡ୍ରୋନ ହମଲା କରିଛି ୟୁକ୍ରେନ ସେନା। ହୁହୁ ହୋଇ ଜଳି ଯାଇଛି ତୈଳ ଭଣ୍ଡାର। ସେପଟେ ରୁଷ ମିସାଇଲ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହେଲାଣି। ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା।

୨୪ ଘଣ୍ଟାରେ କିଭ ସେନାର ପ୍ରତିଶୋଧ। କ୍ରିମିଆ ପୋର୍ଟ ସିଟି ସେଭାଷ୍ଟୋପୋଲରେ ଡ୍ରୋନ ହମଲା। ହୁହୁ ହୋଇ ଜଳୁଛି ତୈଳ ଭଣ୍ଡାର। ଭୟଙ୍କର ଅଗ୍ନନିକାଣ୍ଡ। ଆକାଶକୁ ଢାଙ୍କିଦେଇଛି ଧୂଆଁ। ଡ୍ରୋନ ମାଡ଼ ପରେ ପ୍ରଥମେ ହଜାରେ ବର୍ଗମିଟର ଅଞ୍ଚଳରେ ନିଆଁ ଲାଗିଥିଲା। ପରେ ଆହୁରି ବ୍ୟାପକ ହୋଇଥିଲା ନିଆଁ। ସେଭାଷ୍ଟୋପୋଲ ହମଲାରେ ରୁଷ ବିଚଳିତ।

ସେଭାଷ୍ଟୋପୋଲ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର। ଯେଉଁଠି ରହିଛି ରୁଷର ନୌସେନା ବେସ୍‌ । ସେଭାଷ୍ଟୋପୋଲ ଉପରେ ଆକ୍ରମଣ କରି ମିସାଇଲ ହମଲାର ପ୍ରତିଶୋଧ ନେଇଛି ଜେଲେନ୍‌ସ୍କି ବାହିନୀ। ଗତ ସୋମବାର ସେଭାଷ୍ଟୋପୋଲ ଉପରେ ଆଉ ଏକ ଡ୍ରୋନ ଆକ୍ରମଣ ଉଦ୍ୟମ ହୋଇଥିଲା। ଏଥିରୁ ରୁଷ ସେନା ଗୋଟିଏ ଡ୍ରୋନ ଖସାଇ ଦେଇଥିବା ବେଳେ ଆଉ ଏକ ଡ୍ରୋନ ନିଜେ ବିସ୍ଫୋରଣ ହୋଇଥିଲା।

ସେପଟେ ୟୁକ୍ରେନ ଉମନ ସହରରେ ରୁଷ ସେନାର ଗଣସଂହାରର ବିଭତ୍ସ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ବଢ଼ୁଛି ମୃତ୍ୟୁ ସଂଖ୍ୟା। ୨୦ ଟପିଲାଣି। ମୃତକଙ୍କ ଭିତରେ ଅଛନ୍ତି ୫ ଶିଶୁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ଭୋର ସମୟରେ ଉମନ ସହର ଉପରେ ମିସାଇଲ ମାଡ଼ କରିଥିଲା ରୁଷ ସେନା। କାସ୍ପିଆନ ସମୁଦ୍ରରୁ ଏୟାରକ୍ରାଫ୍ଟରୁ ଦୂରଗାମୀ କ୍ରୁଜ ମିସାଇଲ ନିକ୍ଷେପ କରିଥିଲା।

ଲୋକେ ଶୋଇଥିବା ବେଳେ ହୁହୁ ହୋଇ ଜଳି ଯାଇଥିଲା ବିଲ୍‌ଡିଂ। ଭୁଷଡ଼ି ପଡ଼ିଥିଲା ଆପାର୍ଟମେଣ୍ଟ। ଏହି ଆକ୍ରମଣର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଧ୍ୱଂସାବଶେଷ ତଳୁ ଆହୁରି ମୃତଦେହ ବାହାରୁଛି। କେବଳ ଉମନ ସହର ନୁହେଁ, ଶୁକ୍ରବାର ୟୁକ୍ରେନର ଏକାଧିକ ସହର ଉପରେ ଖସିଥିଲା ରୁଷ ମିସାଇଲ। ରାଜଧାନୀ କିଭ, କ୍ରେମେନଚୁକ ଓ ନିପ୍ରୋ ସହର ଉପରେ ଘାତକ ଆକ୍ରମଣ ହୋଇଥିଲ।

ଶୁକ୍ରବାର ଆକ୍ରମଣ ପରେ ୟୁକ୍ରେନ ପାଇଲଟଙ୍କୁ F-16 ଏୟାରକ୍ରାଫ୍ଟ ଟ୍ରେନିଂ ଦାବି ଦୋହରାଇଛି ୟୁକ୍ରେନ। ୮ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ୟୁକ୍ରେନ ପାଇଲଟଙ୍କୁ ତୁରନ୍ତ ତାଲିମ ଦେବାକୁ ଦାବି କରିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.