ମହାରାଷ୍ଟ୍ର: କପଡା ଦୋକାନରେ ଭୟଙ୍କର ନିଆଁ, ୭ ମୃତ

ମହାରାଷ୍ଟ୍ରର ଶମ୍ଭାଜିନଗରରେ ଥିବା ଏକ ତିନି ମହଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗି ଯାଇଥିଲା । ବିଲ୍ଡିଂର ତଳ ମହଲାରେ ଥିବା କପଡ଼ା ଗୋଦାମରେ ହଠାତ୍ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ଉପରେ ରହୁଥିବା ପରିବାର ତଳକୁ ଓହ୍ଲାଇ ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।

ମହାରାଷ୍ଟ୍ରର ଔରଙ୍ଗାବାଦର ଛତ୍ରପତି ଶମ୍ଭାଜିନଗରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ରହିଛନ୍ତି । ସୂଚନା ମୁତାବକ, କପଡା ଦୋକାନରେ ଭୋର ୪ଟା ସମୟରେ ନିଆଁ ଲାଗିଯାଇଥିଲା । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଶମ୍ଭାଜିନଗରରେ ଥିବା ଏକ ତିନି ମହଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗି ଯାଇଥିଲା । ବିଲ୍ଡିଂର ତଳ ମହଲାରେ ଥିବା କପଡ଼ା ଗୋଦାମରେ ହଠାତ୍ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ଉପରେ ରହୁଥିବା ପରିବାର ତଳକୁ ଓହ୍ଲାଇ ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ଅଣନିଶ୍ୱାସୀ ହେବା ଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥିବା ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି । ପୋଲିସ ଦୋକାନରେ ନିଆଁ ଲାଗିବାର କାରଣ ଖୋଜୁଛି । ଏହାସହିତ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେହିପରି ମହାରାଷ୍ଟ୍ର ମୁମ୍ବାଇର ଥାନେ ଜିଲ୍ଲାର ଭିଣ୍ଡଡି ଦୁଇ ଗୋଷ୍ଠୀ ଝଗଡା ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଅନ୍ୟ ଲୋକ ଆହତ ହୋଇଛନ୍ତି । ଏହି ଘଟଣା କେଜିଏନ ଛକରେ ଏକ ପୂର୍ବ ଝଗଡା ନେଇ ହୋଇଥିବା ଜଣାପଡିଛି । ଘଟଣା ପରେ ପୋଲିସ ନିୟୋଜିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.