ପଞ୍ଜାବରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ କାର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ଏସିପି ଏବଂ ଗନମ୍ୟାନ

ପଞ୍ଜାବର ଲୁଧିୟାନାରେ ଫଚ୍ୟୁନର କାର ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଜଣେ ଏସିପି ଏବଂ ଗନମ୍ୟାନଙ୍କ ମୃତ୍ୟୁ ହୋଇଛି । ଜଣେ ଡ୍ରାଇଭର ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।

ପଞ୍ଜାବର ସମରାଲା ତହସିଲ ଅନ୍ତର୍ଗତ ଗାଁ ଦିୟାଲପୁରା ପାଖରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଫଚ୍ୟୁନର କାର ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଜଣେ ଏସିପି ଏବଂ ଗନମ୍ୟାନଙ୍କ ମୃତ୍ୟୁ ହୋଇଛି । ଜଣେ ଡ୍ରାଇଭର ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ପଞ୍ଜାବର ଲୁଧିୟାନାରେ ହୃଦୟ ବିଦାରକ ଘଟଣା ଘଟିଛି ।

ସୂଚନା ମୁତାବକ, ଶୁକ୍ରବାର ରାତି ୧ଟା ସମୟରେ ଏସିପି ସନ୍ଦୀପ ସିଂ ଏବଂ ଗନମ୍ୟାନ୍‌ ପରମଜୋତ ସିଂ, ଡ୍ରାଇଭର ଗୁରପ୍ରୀତ ସିଂ ଏକ ପଚ୍ୟୁନର କାରରେ ଚଣ୍ଡୀଗଢରୁ ଳୁଧିୟାନା ଫେରୁଥିଲେ । ତାଙ୍କ କାର ସମରାଲା ପାଖରେ ଦାୟାଲପୁରା ଗାଁ ନିକଟରେ ପହଞ୍ଚିବା ବେଳେ ଏକ ସ୍କର୍ପିଓ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଏସିପିଙ୍କ କାରରେ ନିଆଁ ଲାଗିଯାଇଥିଲା । କାରରେ ଥିବା ୩ ଜଣ ଜଳିଯାଇଥିଲେ । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରଯାଇଥିଲା । ହେଲେ ଏସିପି ସନ୍ଦୀପ ଏବଂ ଗନମ୍ୟାନ୍‌ ପରମଜୋତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହି ଘଟଣାରରେ ଡ୍ରାଇଭର ଗୁରପ୍ରୀତ ସିଂଙ୍କ ଅବସ୍ଥା ଗୁରୁତର ରହିଛି । ସନ୍ଦୀପ ୨୦୧୬ ବ୍ୟାଚର ପିପିଏସ ଅଫିସର ଥିଲେ । ସେ ପଞ୍ଜାବ ମୋହାଲି ବାସିନ୍ଦା ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.