Below header

ଦିଲ୍ଲୀ: କନଟ୍‌ ପ୍ଲେସ୍‌ର DCM ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ୧୦ ଅଗ୍ନିଶମ ଗାଡ଼ି

ଦିଲ୍ଲୀର କନଟ୍‌ ପ୍ଲେସ୍‌ର DCM ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି। ସୂଚନା ପାଇ ୧୦ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ କୋଠାର ୯ମ ମହଲାରେ ଲାଗିଛି।

ଦିଲ୍ଲୀର କନଟ୍‌ ପ୍ଲେସ୍‌ର DCM ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି। ସୂଚନା ପାଇ ୧୦ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ କୋଠାର ୯ମ ମହଲାରେ ଲାଗିଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କନଟ୍‌ ପ୍ଲେସ୍‌ରେ ଥିବା DCM ବିଲ୍ଡିଂରେ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଅଗ୍ନିକାଣ୍ଡ ଘଟିଥିଲା। ବାରାଖମ୍ବା ରୋଡ୍‌ସ୍ଥିତ DCM ଭବନର ୯ମ ମହଲାରେ ନିଆଁ ଲାଗିଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏହାସହିତ ବିଲ୍ଡିଂରେ କେଉଁ ପ୍ରକାରର ଅଫିସ୍‌ ରହିଛି, ତାହାର ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.