ମୋଦି ସର୍ନେମ ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ ଗାନ୍ଧୀ, ଦଣ୍ଡ ଉପରେ ରୋକ୍ ଲଗାଇବାକୁ ଦାବି
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ ଗାନ୍ଧୀ।

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ ଗାନ୍ଧୀ। ମୋଦି ସରନେମ୍ ମାମଲାରେ ହାଇକୋର୍ଟ ତାଙ୍କର ଦଣ୍ଡ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ। ନିମ୍ନ ଅଦାଲତ ତାଙ୍କୁ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ।
ଏହି ଆବେଦନରେ ନିମ୍ନ ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ଅଭିଯାନ ସମୟରେ ନିଜର ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ଦୋଷୀ କରାଯାଇଥିଲା। ମାନହାନି ଅଭିଯୋଗରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଲୋକସଭାରୁ ମଧ୍ୟ ଅଯୋଗ୍ୟ ଘୋଷିତ କରି ଦିଆଯାଇଥିଲା।
ଜୁଲାଇ ୭ରେ ନିଜର ଆଦେଶରେ ଗୁଜରାଟ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଶୁଣିବାକୁ ମନା କରିଦେଇଥିଲେ। ହାଇକୋର୍ଟ କହିଥିଲେ ଯେ କଂଗ୍ରେସ ନେତା ନିଜର ଟିପ୍ପଣୀ ଦ୍ୱାରା ଶାଳୀନତା ଭଙ୍ଗ କରିଛନ୍ତି। ସେପଟେ ବରିଷ୍ଠ ନେତା ଅଭିଷେକ ସିଂଭି କହିଛନ୍ତି ଯେ ନ୍ୟାୟପାଳିକା ଉପରେ କଂଗ୍ରେସର ସମ୍ପୂର୍ଣ୍ଣ ଭରସା ରହିଛି।