ଆଜି ଠୁ ଆରମ୍ଭ ଫ୍ଲିପକାର୍ଟ ବିଗ୍ ସେଭିଂ ଡେ ସେଲ, iPhone 14 ମଡେଲ କୁ କିଣନ୍ତୁ ଏଥର ବଢ଼ିଆ ଦରରେ

APPLE iPhone ସରିଜର ସମସ୍ତ ମଡେଲରେ ସାନଦାର ଅଫର ରହିଛି । ଆପଲର ସବୁଠାରୁ ଲାଟେଷ୍ଟ ଆଇଫୋନ କିଣିବା ପାଇଁ ଏହି ସେଲ୍‌ ଆପଣଙ୍କୁ ଏକ ଭଲ ଚାନ୍ସ ଦେଉଛି । ଏହି ସମସ୍ତ ମଡେଲରେ ଏକ୍ସଟ୍ରା ଇନ୍‌ଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ପାଇପାରିବେ ।

ଆମାଜନ ପ୍ରାଇମ ଡେ ସେଲ ସହ ଆଜି ଠାରୁ ଫ୍ଲିପକାର୍ଟ ବିଗ ସେଭିଙ୍ଗ ଡେ ସେଲ(Flipkart Big Saving Days sale) ଆରମ୍ଭ ହୋଇଛି । ଯଦି ଆପଣ iPhone 14 ର ଭିନ୍ନ ଭିନ୍ନ ମଡେଲ କିଣିବାକୁ ଚାହୁଛନ୍ତି ତେବେ ଆପଣ ୧୫ରୁ ୧୯ ତାରିଖ ମଧ୍ୟରେ ଆକର୍ଷକ ଡିସକାଉଣ୍ଟ ସହ ଏହାକୁ କିଣି ପାରିବେ । ଏହି ସରିଜର ସମସ୍ତ ମଡେଲରେ ସାନଦାର ଅଫର ରହିଛି । ଆପଲର ସବୁଠାରୁ ଲାଟେଷ୍ଟ ଆଇଫୋନ କିଣିବା ପାଇଁ ଏହି ସେଲ୍‌ ଆପଣଙ୍କୁ ଏକ ଭଲ ଚାନ୍ସ ଦେଉଛି ।

iPhone 14ର ବେସିକ ମଡେଲ APPLE iPhone 14 (Purple, 128 GB) ହ୍ୟାଣ୍ଡସେଟକୁ ଆପଣ ଏହି ସେଲରେ 68,999 ଟଙ୍କାରେ କିଣି ପାରିବେ । ଏହି ଆଇଫୋନ 128 GB, 256 GB ଏବଂ 512 GB ଭାରିଅଣ୍ଟରେ ମଧ୍ୟ ଉପଲବ୍ଧ ହେଉଛି । 256 GB ଭାରିଅଣ୍ଟ କୁ ଆପଣ 83,999 ଟଙ୍କାରେ କିଣି ପାରିବେ । ଠିକ ସେହିପରି 512 GB ଭାରିଅଣ୍ଟର ମୂଲ୍ୟ 98,999 ଟଙ୍କା ରହିଛି । ଏହି ହ୍ୟାଣ୍ଡସେଟ କିଣିବା ସମୟରେ ଯଦି ଆପଣ କ୍ରେଡିଟ କାର୍ଡ଼ର ବ୍ୟବହାର କରୁଛନ୍ତି ତେବେ ଆପଣ ୧୦୦୦ ଟଙ୍କାର ଏକ୍ସଟ୍ରା ଇନ୍‌ଷ୍ଟାଣ୍ଟ ଡିସକାଉଣ୍ଟ ମଧ୍ୟ ପାଇପାରିବେ ।

iPhone 14 Plus ମଡେଲକୁ ଆପଣ ଏହି ସେଲରେ 73,999 ଟଙ୍କାରେ କିଣି ପାରିବେ । ଅଫିସିଆଲ େଓ୍ଵବସାଇଟ ଅନୁସାରେ ଏହି ହ୍ୟାଣ୍ଡସେଟର ମୂଲ୍ୟ 89,900 ଟଙ୍କା ରହିଛି । Axis Bank କିମ୍ବା Flipkart Axis Bank କ୍ରେଡିଟ କାର୍ଡରେ କିଣିଲେ ଆପଣ ୧୦୦୦ ଟଙ୍କାର ଏକ୍ସଟ୍ରା ଡିସକାଉଣ୍ଟ ପାଇ ପାରିବେ । ଏହି ହ୍ୟାଣ୍ଡସେଟ 128 GB, 256 GB ଏବଂ 512 GB ଭାରିଆଣ୍ଟରେ ମଧ୍ୟ ମିଳୁଛି । 256 GBର ଏହି ଆଇଫୋନର ମୂଲ୍ୟ 83,999 ଟଙ୍କା ରହିଛି । ଏହି ସେଲରେ 512 GB ଭାରିଆଣ୍ଟର ଏହି ଆଇଫୋନ 1,03,999 ଟଙ୍କାରେ ବିକ୍ରି ହେଉଛି ।

ଏହି ସେଲରେ ଆପଣ ଆପଲ ଆଇପ୍ୟାଡ ମଧ୍ୟ କମ ଦାମରେ କିଣି ପାରିବେ । APPLE iPad 10th Gen ମଡେଲ 39,900 ଟଙ୍କାରେ ଉପଲବ୍ଧ ହେଉଛି । ବ୍ୟାଙ୍କ କାର୍ଡରେ ଟ୍ରାନ୍‌ଜେକ୍ସନ କରିବା ଦ୍ୱାରା ଆପଣ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଟ୍ରା ଅଫ୍‌ ପାଇପାରିବେ । ଅନ୍ୟପଟେ APPLE iPad 10th Gen କୁ ଆପଣ 56,340 ଟଙ୍କାରେ କିଣିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.