ହରିୟାଣା: ଅରାବଳୀ ପର୍ବତରୁ ମିଳିଲେ ୨ ଚିତାବାଘ ଛୁଆ, ନ ଜାଣିପାରି ଘରକୁ ନେଇ ଆସିଲେ ଛେଳି ଚରାଳି

ଅଜାଣତରେ ବାଘ ଛୁଆ ଘରକୁ ଆଣିଲେ ଛେଳି ଚରାଳି । ହରିୟାଣା ନୁହ ଜିଲ୍ଲାର ଜଙ୍ଗଲରୁ ଛେଳି ଚରାଇବାକୁ ଯାଇଥିଲେ କିଛି ପିଲା । ସେମାନଙ୍କୁ ମିଳିଥିଲା ୨ ନବଜାତ ବାଘ ଛୁଆ ।

ଅଜାଣତରେ ବାଘ ଛୁଆ ଘରକୁ ଆଣିଲେ ଛେଳି ଚରାଳି । ହରିୟାଣା ନୁହ ଜିଲ୍ଲାର ଜଙ୍ଗଲରୁ ଛେଳି ଚରାଇବାକୁ ଯାଇଥିଲେ କିଛି ପିଲା । ସେମାନଙ୍କୁ ମିଳିଥିଲା ୨ ନବଜାତ ବାଘ ଛୁଆ । ୨ଟି ବାଘ ଛୁଆଙ୍କୁ ଘେରି ରହିଥିଲେ କୁକୁର । ଛୁଆଙ୍କୁ ବଞ୍ଚାଇ ଘରକୁ ଆଣଥିଲେ ପିଲା । ସେମାନଙ୍କୁ ଛେଳି କ୍ଷୀର ମଧ୍ୟ ପିଆଇଥିଲେ ।

ଛେଳି ଚରାଳିଙ୍କୁ ଜଣା ନ ଥିଲା ୨ ନବଜାତ ହେଉଛନ୍ତି ବାଘ ଛୁଆ । ଘରର ବୟସ୍କ ସେମାନଙ୍କୁ ଜଣାଇବା ପରେ ସେମାନେ ଭୟଭୀତ ହୋଇଯାଇଥିଲେ । ବାଘ ଛୁଆଙ୍କୁ ଦେଖିବା ପାଇଁ ଗାଁ ଲୋକଙ୍କର ଭିଡ଼ ଲାଗିଥିଲା । ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ବାଘ ଛୁଆଙ୍କୁ ଉଦ୍ଧାର କରିଛି । ୨ ବାଘ ଛୁଆଙ୍କୁ ତାଙ୍କ ମାଆ ପାଖରେ ଛାଡ଼ିବା ପାଇଁ ଚେଷ୍ଟା କରାଯିବ ବୋଲି ବନ ବିଭାଗ କହିଛି ।

ବନ ବିଭାଗର ସୂଚନା ମୁତାବକ, ନୁହ ଜିଲ୍ଲାରେ ଅରାବଳୀ ପର୍ବତ ଉପରେ ଛେଳି ଚରାଳିମାନେ ୨ଟି ଚିତାବାଘ ଛୁଆ ଦେଖିବାକୁ ପାଇଥିଲେ । ହେଲେ ସେମାନେ ଜାଣି ନ ଥିଲେ ଯେ ଏହା ବାଘ ଛୁଆ । ପର୍ବତର କୋଟଲା ଦୁର୍ଗ ନିକଟରେ ସନ୍ଧ୍ୟା ସମୟରେ ଅଜବ ଶବ୍ଦ ଶୁଣି ପିଲାମାନେ ପାଖକୁ ଯାଇ ଦେଖିଲେ ଯେ ସେଠାରେ ୨ଟି ପଶୁ ଛୁଆ ଅଛନ୍ତି । ଉଭୟଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନେ ଘରକୁ ନେଇ ଆସିଥିଲେ ।

ବାଘ ଛୁଆମାନେ ଭୋକିଲା ଥିଲେ । ଯେତେବେଳେ ଗ୍ରାମବାସୀ ଭୋକ ମେଣ୍ଟାଇବା ପାଇଁ କୌଣସି ଉପାୟ ପାଇ ନ ଥିଲେ, ସେତେବେଳେ ସେମାନେ ଛୁଆଙ୍କୁ ଛେଳି କ୍ଷୀର ପିଆଇବା ଆରମ୍ଭ କରିଥିଲେ । ଛୁଆମାନଙ୍କର ଭୋକ ମେଣ୍ଟିବା ପରେ ଗ୍ରାମବାସୀ ପୋଲିସ ଓ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ଟିମ୍ ଗାଁରେ ପହଞ୍ଚି ୨ ଚିତାବାଘ ଛୁଆଙ୍କୁ ନିଜ ହେପାଜତକୁ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.